Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଚିହ୍ନଟ:

ରାତ୍ରିକାଳୀନ ଯାତାୟାତ ପାଇଁ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ ଆହ୍ୱାନ

​ନୂଆପଡ଼ା (୦୩/୦୮): ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲାସ୍ଥିତ ପ୍ରସିଦ୍ଧ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଗଡଗଡା ଓ ଚେରେଚୁଆଁ ମଝିରାସ୍ତାରେ ଏହି ବାଘଟି ଚଲାବୁଲା କରୁଥିବା ଦେଖିବାକୁ ମିଳିଥିଲା। ​ସୂଚନା ଅନୁସାରେ, ସୁନାବେଡ଼ା ଗ୍ରାମର ଯୁବକ ଯୁବରାଜ ଛତ୍ରିଆ ନିଜ ବଲେରୋ ଗାଡ଼ିରେ ଯାଉଥିବା ସମୟରେ ହଠାତ୍ ରାସ୍ତା ଉପରେ ଏହି କଲରାପତରିଆ ବାଘଟିକୁ ଦେଖିବାକୁ ପାଇଥିଲେ। ସେ ନିଜ ମୋବାଇଲ୍ କ୍ୟାମେରାରେ ବାଘର ଫଟୋ ଉତ୍ତୋଳନ କରିଥିଲେ। ​ଅଭୟାରଣ୍ୟ ଅଞ୍ଚଳରେ ହିଂସ୍ର ଜନ୍ତୁର ଉପସ୍ଥିତିକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ଭିତରେ ଓ ଆଖପାଖ ଗ୍ରାମଗୁଡ଼ିକରେ ବସବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ବିଶେଷ କରି ରାତ୍ରି ସମୟରେ ଅନାବଶ୍ୟକ ଭାବେ ବାହାରେ ଯାତାୟାତ ନ କରିବାକୁ ଏବଂ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!