Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ଖଡ଼ିଆଳ ୩୫୩ ନଂ ଜାତୀୟ ରାଜପଥରେ ଅଲୌକିକ ଭାବେ ବର୍ତ୍ତିଲେ ଅଟୋ ଚାଳକ:

ଖଡ଼ିଆଳ ୩୫୩ ନଂ ଜାତୀୟ ରାଜପଥରେ ଅଲୌକିକ ଭାବେ ବର୍ତ୍ତିଲେ ଅଟୋ ଚାଳକ:

​ଖଡ଼ିଆଳ (ଜିଲ୍ଲା ଖବର ଲାଇଫ ତା- ୨୯/୦୭): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥସ୍ଥିତ ବନଖଣ୍ଡ ଅଧିକାରୀ (DFO)ଙ୍କ ସରକାରୀ ବାସଭବନ ସମ୍ମୁଖରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାକୁ ଏଡ଼ାଇ ଯାଇଛି। ହଠାତ୍ ଏକ ବିରାଟକାୟ ପ୍ରାଚୀନ ବୃକ୍ଷ ଉପୁଡ଼ି ପଡ଼ି ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ଚାପି ହୋଇଯାଇଥିଲା। ତେବେ ସୌଭାଗ୍ୟବଶତଃ ଅଟୋ ଚାଳକ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

​ମିଳିଥିବା ସୂଚନା ଅନୁଯାୟୀ, ଆଜି ୩୫୩ ନଂ ଜାତୀୟ ରାଜପଥ ବନଖଣ୍ଡ ଅଧିକାରୀଙ୍କ ବାସଭବନ ନିକଟରେ ଅଟୋ ଚାଳକ ଜଣକ ଗାଡ଼ି ନେଇ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ବିଶାଳକାୟ ଗଛ ଭାଙ୍ଗି ଅଟୋ ଉପରେ ପଡ଼ିଥିଲା। ଗଛଟି ସମ୍ପୂର୍ଣ୍ଣ ଭାବେ ଅଟୋକୁ ଚାପି ଦେଇଥିବା ବେଳେ ଚାଳକ ଜଣକ ଅଲୌକିକ ଭାବେ କୌଣସି ଗୁରୁତର ଆହାତ ନହୋଇ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।ଘ ଟଣା ସମ୍ପର୍କରେ ଖବର ପାଇବା ପରେ ଖଡ଼ିଆଳ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବା ପରେ ସ୍ଥାନୀୟ ଲୋକ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଗଛ କଟାଯାଇ ଅଟୋଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।ଜା ତୀୟ ରାଜପଥ କଡ଼ରେ ଏକାଧିକ ସ୍ଥାନରେ ଗଛ ଓ ଗଛର ଡାଳ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ିଥିବାରୁ ସହରର ଅନେକ ପ୍ରମୁଖ ଅଞ୍ଚଳରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଯଥାଶୀଘ୍ର ସେବା ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଉଛି। ରାସ୍ତାରେ ଗଛ ପଡ଼ି ରହିବା ଯୋଗୁଁ କିଛି ସମୟ ପାଇଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!