Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି; ୧୩ଟି ପିପିସିରେ ୨୦,୭୧୫ କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ

ନୂଆପଡ଼ାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି; ୧୩ଟି ପିପିସିରେ ୨୦,୭୧୫ କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ

ନୂଆପଡ଼ା, ତା. ୦୧/୦୬:ଜିଲ୍ଲା ଖବର ଲାଇଫ ଓମ ପ୍ରକାଶ ଚୌଧୁରୀ

 

ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ସୁଚାରୁ ଓ ସ୍ୱଚ୍ଛ ଭାବେ ଜାରି ରହିଛି। କୃଷକମାନଙ୍କ ସୁବିଧା ଏବଂ ଧାନ ସଂଗ୍ରହ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଆଜି ଆହୁରି ତିନୋଟି ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର (ପିପିସି) କାର୍ଯ୍ୟକ୍ଷମ କରାଯାଇଛି। କୋମନା ପ୍ୟାକ୍ସ ଅଧୀନସ୍ଥ ଉଦ୍ୟାନବନ୍ଧ ପିପିସି, ସିନାପାଲି ପ୍ୟାକ୍ସ ଏବଂ କାଡେତାରା ପ୍ୟାକ୍ସରେ ଆଜିଠାରୁ ଧାନ କ୍ରୟ ଆରମ୍ଭ ହୋଇଛି। ଏହା ସହିତ ଜିଲ୍ଲାରେ ବର୍ତ୍ତମାନ ମୋଟ ୧୩ଟି ପିପିସିରେ ଧାନ କ୍ରୟ କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ୩୯୪ ଜଣ କୃଷକଙ୍କଠାରୁ ମୋଟ ୨୦,୭୧୫.୨୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଅଧିଗ୍ରହଣ ପ୍ରକ୍ରିୟାକୁ ସୁଚାରୁ, ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।ଅନ୍ୟପକ୍ଷରେ, ଛତିଶଗଡ଼ ରାଜ୍ୟରୁ ବେଆଇନ ଭାବେ ଧାନ ପରିବହନକୁ ରୋକିବା ପାଇଁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କଡ଼ା ନଜରଦାରି ଜାରି ରହିଛି। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ରାଜସ୍ୱ ବିଭାଗ, ମଣ୍ଡି କର୍ତ୍ତୃପକ୍ଷ ଏବଂ ପୋଲିସ ବିଭାଗର ମିଳିତ ଟିମ୍‌ ଦ୍ୱାରା ସୀମାନ୍ତ ଅଞ୍ଚଳଗୁଡ଼ିକରେ ନିୟମିତ ପାଟ୍ରୋଲିଂ, ଯାନବାହନ ଯାଞ୍ଚ ଏବଂ ତଦାରଖ କରାଯାଉଛି। ଅବୈଧ ଧାନ ପରିବହନ ବିରୋଧରେ ଜିରୋ ଟଲରେନ୍ସ ନୀତି ଅନୁସରଣ କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ସଜାଗ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷକମାନଙ୍କୁ ନିର୍ଦ୍ଧାରିତ ପିପିସି ମାଧ୍ୟମରେ ନିଜ ଧାନ ବିକ୍ରୟ କରିବା ସହିତ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!