
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ଗମନାଗମନ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲିଆ ବାଲିକୁଦା ରାସ୍ତା କ୍ଷେତ୍ରରେ। କଟକ ବଡ଼ ଡାକ୍ତରଖାନା । ଯିବାକୁ ହେଉ । ଅବା ଯେକୌଣସି ସରକାରୀ କାର୍ଯ୍ୟାଳୟ ଯିବାକୁ ହେଲେ ଧାରପୁର, ଚନ୍ଦନପୁର, ଗୋଳକୁଣ୍ଡ, ସ୍ବାଇଁଖଣ୍ଡ ବାଲିଆ, ଈଶାଣପୁର, ସାହୁପଡ଼ା, ପଞ୍ଚାୟତର ଲୋକମାନେ ସାଧାରଣତଃ ଏହି ବାଲିଆ ବାଲିକୁଦା ରାସ୍ତା ଦେଇ ହିଁ ଯାତାୟତ କରିଥାନ୍ତି। ସେପଟୁ ତାଳୁଆ, ବାଲିକୁଦା ମୂଷାଟିକିରି, ଗଇପୁର, ବଣିଆରି, ବରପଦା ପଦା, ସାଉଡ଼ିଆ, ନିଆଳି, ଜନକ ପ୍ରଭୃତି ଗ୍ରାମର ଲୋକମାନେ ବାଲିଆ ପ୍ରାଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ
ନିର୍ଭର କ କରି ଏହି ରାସ୍ତା ଦେଇ ଆସୁଥିବା ବେଳେ ଉପରୋକ୍ତ ଗ୍ରାମ ଗୁଡ଼ିକରୁ ଛାତ୍ରଛାତ୍ରୀ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଅନୁରୂପ ଭାବେ ଉକ୍ତ ରାସ୍ତା ଦେଇ ଚାରି ପାଞ୍ଚ ଗୋଟି ଯାତ୍ରୀବାହୀ ବସ୍ ଚାଲୁଥିବା ବେଳେ ଆମ୍ବୁଲାନ୍ସ, ଏଟିଏମ୍ ପରିଚାଳନା ପାଇଁ ପ୍ରତ୍ୟେହିଁ ଦୁଇ ତିନିଟି ଗାଡ଼ି ଶିଶୁମନ୍ଦିର ପିଲାମାନଙ୍କୁ ନେବା ଆଣିବା କରିବାକୁ ଗାଡ଼ି ଏବଂ ପ୍ରତେକ ଦିନ ସହ ସହ ଯାନ ବାହାନ ଯାତାୟତ କରୁଥିବା ବେଳେ ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି। ବାଲିଆରୁ ବାଲିକୁଦାକୁ ଯାଇଥିବା ସଡ଼କଟିର ପ୍ରଥମ ୩.୩୫ କିମି ଅଞ୍ଚଳ ବରୀ ବ୍ଲକ ଅଧୀନରେ ଥିବା ବେଳେ ଅବଶିଷ୍ଟ ଅଞ୍ଚଳ ବଡ଼ଚଣା ବ୍ଲକ
ଅଧୀନରେ ରହିଛି। ବାଲିଆ ଠାରୁ ବଡ଼ଚଣା ବ୍ଲକ ସୀମାନ୍ତ ପର୍ଯ୍ୟନ୍ତ ପିଚୁ ହୋଇଥିବା ବେଳେ ସେପଟୁ କିଛି ଅଂଶ ମଧ୍ଯ ପିଚୁ ହୋଇଛି, କିନ୍ତୁ ଏହାର ମଝିରେ ପ୍ରାୟ ୫୦୦ ମିଟର ଢଳେଇ ରାସ୍ତା ଅବସ୍ଥା ନ କହିଲେ ଭଲ ଆଣ୍ଠୁଏ ଆଣ୍ଠୁଏ ଖାଲ, ବଡ଼ ବଡ଼ ଗୋଡ଼ି ଗୁଡିକ ରାସ୍ତାରୁ ଉଠି ଏପରି ବିକ୍ଷିପ୍ତ ହୋଇପଡ଼ିଛି। ଗାଡ଼ି ମଟର କଥା ଅଲଗା ପାଦରେ ଚାଲି ଚାଲିଯିବା କଷ୍ଟକର ହୋଇପଢୁଛି। କିନ୍ତୁ ପରିତାପର ବିଷୟ ଭକ୍ତ ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀ, ବିଭାଗୀୟ କର୍ତ୍ତୃପକ୍ଷ ବା ନିର୍ବାଚିତ ପ୍ରତିନିଧ୍ କାହାରି ନଜର ନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭକରିବାକୁ ସାଧାରଣରେ ଦାବି ହେଉଛି।




