
ଯାଜପୁର :୨୪ ୫ (ଜିଲ୍ଲା ଖବର ଲାଇଫ ରଂଜିତ ମହାନ୍ତି )ବରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରୀରେ ବାଲିବିଲ ତଳରାସ୍ତାରୁ ଅଣିକଣା ପୋଲ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଢଳେଇ ରାସ୍ତା କଡ଼ରେ ପାଟି ପକା ଯାଇ ନାହିଁ। ଫଳରେ ରେ ଚାରି ଚକିଆ ଗାଡ଼ି ଯାତାୟାତ କରିବା କଷ୍ଟ ହେଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଟଣା ଘଟୁଛି। ଗୋଟିଏ ବାଇକ୍ ଅନ୍ୟ ପଟରୁ ଆସିଲେ ଚାରିଚକିଆ ଗାଡ଼ି କଡ଼କୁ ଯାଇ ରାସ୍ତା ଦେବା ବେଳେ ଚକା ତଳକୁ ଖସି ଯାଉଛି। ଏହି ରାସ୍ତା ସମ୍ପୂର୍ଣ୍ଣ ହେବା ପରେ ଏହା ଅଞ୍ଚଳର ପ୍ରମୁଖ ଗମନା ଗମନ ମାଧ୍ୟମ ପାଲଟିଛି। ମାତ୍ର ଦୈନନ୍ଦିନ ଏହି ଅସୁବିଧା ପାଇଁ ଏଠାରେ ଦୁର୍ଘଟଣା ଘଟୁଛି। ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ଦୁଇ କଡରେ ମାଟି ପକାଇବାକୁ ସାଧାରଣରେ ଦାବି ହେଉଛି।




