ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା, ଆଜି ଜାରି ହେବ ଆଡ୍ମିଟ୍ କାର୍ଡ
ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା, ଆଜି ଜାରି ହେବ ଆଡ୍ମିଟ୍ କାର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏଗ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ନିଟ୍-ପିଜି ୨୦୨୬ର ଆଡ୍ମିଟ୍ କାର୍ଡ ଜାରି ତାରିଖରେ ପରିବର୍ତ୍ତନ କରିଛି। ନୂଆ ସୂଚନା ଅନୁଯାୟୀ, ଆଜି ଆଡ୍ମିଟ୍ କାର୍ଡ ଜାରି ହେବ। ପୂର୍ବରୁ ଅଗଷ୍ଟ ୨୪ରେ ଏହା ଜାରି ହେବାର ଥିଲା। ଆସାମ ଓ ମେଘାଳୟ ସମ୍ପର୍କିତ କିଛି ଅନିବାର୍ଯ୍ୟ ପରିସ୍ଥିତି ଓ ଅନୁରୋଧକୁ ଦୃଷ୍ଟିରେ ରଖି ତାରିଖରେ ପରିବର୍ତ୍ତନ କରାଯାଇଥିବା NBEMS ପକ୍ଷରୁ କୁହାଯାଇଛି।
ଆଡ୍ମିଟ୍ କାର୍ଡ ଜାରି ହେବା ପରେ ପରୀକ୍ଷାର୍ଥୀମାନେ NBEMSର ଅଧିକୃତ ୱେବସାଇଟ୍ରେ ନିଜ ଲଗଇନ୍ ଆଇଡି ବ୍ୟବହାର କରି ଏହା ଡାଉନଲୋଡ୍ କରିପାରିବେ। ପରୀକ୍ଷା କେନ୍ଦ୍ର ସହର ସମ୍ପର୍କିତ ସୂଚନା ଅଗଷ୍ଟ ୧୧ରେ ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ନିଟ୍-ପିଜି ୨୦୨୬ ପରୀକ୍ଷା ଅଗଷ୍ଟ ୩୦ ତାରିଖ ରବିବାର ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।
ଚଳିତ ବର୍ଷ ନିଟ୍-ପିଜି ପ୍ରଶ୍ନପତ୍ର ପ୍ୟାଟର୍ନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୨୦୦ଟି ପ୍ରଶ୍ନ ଥିବାବେଳେ ଏଥର ୨୧୦ ମିନିଟ୍ରେ ୧୮୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଫଳରେ ପ୍ରତି ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ତୁଳନାତ୍ମକ ଭାବେ ଅଧିକ ସମୟ ମିଳିବ।
ପରୀକ୍ଷା ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ NBEMSର ଅଧିକୃତ ୱେବସାଇଟ୍ ଅନୁସରଣ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।




