ମୁଖ୍ୟ ସମାଚାର
ଭୁବନେଶ୍ୱରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ବିଏମସିର ଚଢ଼ାଉ
ଭୁବନେଶ୍ୱରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ବିଏମସିର ଚଢ଼ାଉ

ଭୁବନେଶ୍ୱର: ଜିଲ୍ଲା ଖବର ଭୁବନେଶ୍ୱରରେ ଛେନା ଓ ପନିରେ ଅପମିଶ୍ରଣ ଅଭିଯୋଗ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ବିଏମସି ଟିମ୍ ଆଜି ପାହାଳ ମିଠା ବଜାରରେ ଚଢ଼ାଉ କରିଛି। ଅପମିଶ୍ରଣ ଥିବା ସନ୍ଦେହରେ ବିଭିନ୍ନ ଦୋକାନରୁ ଛେନା ଓ ପନିର ନମୁନା ସଂଗ୍ରହ କରାଯାଉଛି। ବିଏମସି ପକ୍ଷରୁ ଟେଷ୍ଟିଙ୍ଗ ଭ୍ୟାନ୍ ମଧ୍ୟ ନିଆଯାଇଛି। ଘଟଣାସ୍ଥଳରେ ଛେନା ଓ ପନିର ଗୁଣବତ୍ତା ଯାଞ୍ଚ କରାଯାଇଛି। ଯେଉଁଥିରେ ଅପମିଶ୍ରଣ ମିଳିବ ସେହି ଦୋକାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ଅଧିକାରୀ କହିଛନ୍ତି। ସହରବାସୀଙ୍କୁ ଶୁଦ୍ଧ ଖାଦ୍ୟ ଯୋଗାଇବା ପାଇଁ ଏପରି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।




