ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ
ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିବ। ଏଥିସହ ଗୋଟିଏ ସରକାରୀ ଛୁଟି ଏବଂ ଦୁଇଟି ବୈଠକବିହୀନ ଦିବସ ଅନ୍ତର୍ଭୁକ୍ତ।ଏହି ବିଧାନସଭା ଅଧିବେଶନ ଡକାଇବା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ନେବାକୁ ସଚିବାଳୟ ପକ୍ଷରୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଯାଇଛି।ସରଗରମ ହେବ ଗୃହ: ସାମ୍ନାସାମ୍ନି ହେବେ ଶାସକ-ବିରୋଧୀଏହି ମୌସୁମୀ ଅଧିବେଶନରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ବିଶେଷ କରି:ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍ (MMDR)ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ବିବାଦ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ରିଲିଫ୍ ସହାୟତା
ଏହାବ୍ୟତୀତ ବିରୋଧୀ ଦଳଗୁଡ଼ିକ ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା ଏବଂ ସ୍ଥାନୀୟ ପ୍ରଶାସନିକ ଅବହେଳାକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।ସେପଟେ, ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ବିରୋଧୀ ଦାବି କରିଥିଲେ ମଧ୍ୟ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନିୟମିତ ମୌସୁମୀ ଅଧିବେଶନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ୧୭ଶ ଓଡ଼ିଶା ବିଧାନସଭାର ଏହା ସପ୍ତମ ଅଧିବେଶନ ହୋଇଥିବା ବେଳେ ଗୃହ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।




