Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କେସିଙ୍ଗାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି: ୬ ଗିରଫ, ସୁନା-ରୂପା ଗହଣା ଓ ନଗଦ ଟଙ୍କା ଜବତ

କେସିଙ୍ଗାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି: ୬ ଗିରଫ, ସୁନା-ରୂପା ଗହଣା ଓ ନଗଦ ଟଙ୍କା ଜବତ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ବହୁଚର୍ଚ୍ଚିତ ବ୍ୟବସାୟୀଙ୍କ ଘରୁ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ନାଗରାଜ ଦେବରକୁଣ୍ଡା ଏକ ଖବରଦାତା ସମ୍ମିଳନୀରେ ଏହି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

ରବି ଶଙ୍କର ମହାଣ୍ଡିଆ (୩୩) – ଆର.କେ. ନଗର, ରାୟଗଡ଼ା

ରାହୁଲ ସାମଲ (୨୩) – ଆର.କେ. ନଗର, ରାୟଗଡ଼ା

ପର୍ମି ଶ୍ରୀକାନ୍ତ (୩୨) – ଆର.କେ. ନଗର, ରାୟଗଡ଼ା

ତେଜପ ନାୟକ(ଅଜିତ) (୨୭) – ଆର.କେ. ନଗର, ରାୟଗଡ଼ା

ହୁଈକା ଦୁତିଆ (୨୯) – କୋଟପେଟା, ରାୟଗଡ଼ା

ନରେଶ ତାଣ୍ଡି (୨୭) – ୱାର୍ଡ ନଂ ୩, କେସିଙ୍ଗା

ପୋଲିସ ସେମାନଙ୍କ ନିକଟରୁ ୭୨ ଗ୍ରାମ ସୁନା, ୧ କେଜି ୧୩୮ ଗ୍ରାମ ରୂପା ଅଳଙ୍କାର ଏବଂ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି।

କ’ଣ ଥିଲା ଘଟଣା?

ଗତ ଜୁଲାଇ ୨୧ ତାରିଖ ରାତିରେ, ୩ ନମ୍ବର ୱାର୍ଡର ଅମ୍ବାଜି ଏଜେନ୍ସିର ବ୍ୟବସାୟୀ ପୁନମ ଚାନ୍ଦ ଜୈନଙ୍କ ପରିବାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଘରେ ପଶି ପ୍ରାୟ ୧୮ ଲକ୍ଷ ଟଙ୍କାର ସୁନା, ରୂପା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ପରଦିନ ପଡ଼ୋଶୀ ଘରର ଗେଟ୍ ଖୋଲାଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ। ପୁନମ ଜୈନ ଫେରି ଚୋରି ନିଶ୍ଚିତ ହୋଇଥିବା ପ୍ରମାଣ ପାଇବା ପରେ କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ।

ଘଟଣା ପରେ ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ, ଏସଡିପିଓ ସନ୍ଦୀପ ମାଝୀ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଘର ପରିସରରୁ ଆମ୍ବଜୀ ମନ୍ଦିର ଦେଇ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ସୂଚନା ଅନୁଯାୟୀ, ଚୋରମାନେ ଚୋରି କରିବା ପରେ ରେଳ ଷ୍ଟେସନକୁ ପହଞ୍ଚି ଟ୍ରେନ ଯୋଗେ ଫେରାର ହୋଇଥିବା ସନ୍ଦେହ କରାଯାଉଥିଲା।ଏହାପରେ ପୋଲିସ ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ସହ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣିତ କରିଛି।ତେ ବେ ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ, ଆଇଆଇସିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!