ନୂଆପଡ଼ା ଓ କଳାହାଣ୍ଡିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
ପୂର୍ବତନ ସାଂସଦ ବସନ୍ତ ପଣ୍ଡା: ଜଳସେଚନ ଓ ଦୁର୍ନୀତି ତଦନ୍ତ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି

ନୂଆପଡ଼ା, (୨୧ ୫ ଜିଲ୍ଲା ଖବର ଲାଇଫ ଓମ ପ୍ରକାଶ ଚୌଧୁରୀ )
ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି, କୃଷି ଓ ଜଳସେଚନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା ମିଳିତ ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତା ମୁଖ୍ୟମନ୍ତ୍ରୀଙ୍କ ସହ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଏକ ଦାବିପତ୍ର ଉପସ୍ଥାପନ କରିଥିଲେ।ଜଳସେଚନ ଓ କୃଷି ସମସ୍ୟା ଉପରେ ଗୁରୁତ୍ୱ ଆଲୋଚନା ସମୟରେ ବିଶେଷ କରି ଅଞ୍ଚଳର ଚାଷୀ ଏବଂ ଜଳସେଚନ ସମସ୍ୟା ଉପରେ ତୀବ୍ର ଉଦ୍ବେଗ ପ୍ରକାଶ କରାଯାଇଥିଲା। ଅପର ଯୋଙ୍କ ଜଳସେଚନ ପ୍ରକଳ୍ପର ଅବ୍ୟବସ୍ଥା ଯୋଗୁଁ ଅଞ୍ଚଳରେ ଦେଖାଦେଇଥିବା “ମନୁଷ୍ୟକୃତ ମରୁଡ଼ି” ପରିସ୍ଥିତି ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାରଣରୁ ଚାଷୀଙ୍କ ଫସଲ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତିର ତୁରନ୍ତ ସଠିକ୍ ଆକଳନ କରି ସେମାନଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରିବାକୁ ପୂର୍ବତନ ସାଂସଦ ଦାବି କରିଛନ୍ତି। ୩ଟି ପ୍ରମୁଖ ପ୍ରକଳ୍ପର ସମାଧାନ ପାଇଁ ଦାବି ଅଞ୍ଚଳର ତିନୋଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି:
୧. ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ: ଏହି ପ୍ରକଳ୍ପର ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ (R&R) ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହା ସହିତ ଏହି ପ୍ରକଳ୍ପ ନିର୍ମାଣରେ ହୋଇଥିବା ବ୍ୟାପକ ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି
୨. ଉଦନ୍ତି ବ୍ୟାରେଜ୍ ନିର୍ମାଣ: ସିନାପାଲି ବ୍ଲକ ଅନ୍ତର୍ଗତ ଉଦନ୍ତି ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନ ହେବ ଧିମେଇ ଚାଲିଥିବାରୁ, ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରାଯାଇଛି।
୩. କାର୍ଯ୍ୟଭାର ହସ୍ତାନ୍ତର: କାର୍ଯ୍ୟକୁ ଅଧିକ ଦକ୍ଷ ଓ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଲୋଅର ଇନ୍ଦ୍ର ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଉଦନ୍ତି ବ୍ୟାରେଜ୍ ନିର୍ମାଣର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବାକୁ ମୁଖ୍ୟ ପ୍ରସ୍ତାବ ଦିଆଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନାନୂଆପଡ଼ା ଓ କଳାହାଣ୍ଡି ଭଳି ଆକାଂକ୍ଷୀ ଜଳାଞ୍ଚଳର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ସମସ୍ତ ବକେୟା ପ୍ରକଳ୍ପର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଦୁର୍ନୀତି ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏହି ସାକ୍ଷାତକାର ପରେ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାର କୃଷି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।




