ଓଡିଶା
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ହାସଲ ପରେ ବରୀ ବିଜେପି ପକ୍ଷରୁ ବିଜୟଉତ୍ସବ ପାଳନ କରାଯାଇଛି।
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ହାସଲ ପରେ ବରୀ ବିଜେପି ପକ୍ଷରୁ ବିଜୟଉତ୍ସବ ପାଳନ କରାଯାଇଛି।

ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ହାସଲ ପରେ ବରୀ ବିଜେପି ପକ୍ଷରୁ ବିଜୟଉତ୍ସବ ପାଳନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥାପୂର୍ବତନ ଯାଜପୁର ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ସେମାବାର-ଅପରାହ୍ଣରେ ବରୀ ବଜାରର ମଧ୍ୟସ୍ଥଳରେ ଆତସବାଜି ସହିତ ନାରା ଦେଇ ଖୁସି ମନାଇଥିଲେ । ପରସ୍ପରକୁ ମିଠା ଖୁଆଇବା ସହିତ ପଥଚାରୀଙ୍କୁ ମଧ୍ୟ ବିଠା ବଣ୍ଟନ କରିଥିଲେ। ମଣ୍ଡଳ ସଭାପତି ସଂଗ୍ରାମ ପଲାଇ, ରଂପା ସରପଞ୍ଚ ମାନସ ଜେନା, ରବୀନ୍ଦ୍ର ଜେନା, ଶ୍ରୀକାନ୍ତ ଷଡ଼ଙ୍ଗୀ, ରବୀନ୍ଦ୍ର ଶତପଥୀ, ଓମ୍ ବ୍ରହ୍ମ, କଲ୍ୟାଣୀ କର, ଶୁଭ୍ରାଂଶୁ ସ୍ବାଇଁ, ଗୁରୁ ଚରଣ ଦାସ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।




