Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନଛିପୁରାରେ ବିଜେଡିର ସାଂଗଠନିକ ବୈଠକ:ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଯତ୍ନବାନ ହୁଅ

ନଛିପୁରାରେ ବିଜେଡିର ସାଂଗଠନିକ ବୈଠକ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

ନଛିପୁରାରେ ବିଜେଡିର ସାଂଗଠନିକ ବୈଠକ:ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଯତ୍ନବାନ ହୁଅ

ଦାନଗଦି ବ୍ଲକ୍ ଅନ୍ତର୍ଗତ ନଛିପୁରା ପଞ୍ଚାୟତରେ ବିଜେଡି ପକ୍ଷରୁ ସାଂଗଠନିକ ବୈଠକ ଆୟୋଜିତ ହୋଇ ଯାଇଛି । ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରତିରଞ୍ଜନ ଘଡ଼ାଇ ଯୋଗଦାନ କରିଥିଲେ । ବୈଠକରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ମୂଳ ଭିତ୍ତିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ କର୍ମୀମାନଙ୍କ ସହ ଆଗାମୀ ରଣନୀତି ଉପରେ ଆଲୋଚନା କରିବା ସହିତ କର୍ମୀ ମାନେ ଜନ ସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ବିଜେଡି ଉପ ସଭାପତି ଲୋକନାଥ ଧିର, ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି, ଦାନଗଦି ବ୍ଲକ ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବାରିକ୍, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଧିର, ୮ ନମ୍ୱର ଜୋନ କାର୍ଯ୍ୟକାରୀ ଯୁବ ସଭାପତି ଅଜୟ କୁମାର ଜେନା, ନଛିପୁରା ପଞ୍ଚାୟତ ସଭାପତି ଅମୂଲ୍ୟ ନାୟକ, ଗୋବର୍ଦ୍ଧନପୁର ସଭାପତି ବାବୁଲି ପୁହାଣ, ୮ ନମ୍ୱର ଜୋନର ମହିଳା କାର୍ଯ୍ୟକାରୀ ସଭାପତି ଲୋପାମୁଦ୍ରା ପୁହାଣ, ଗୋବର୍ଦ୍ଧନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ବାରିକଙ୍କ ସହିତ ଅନ୍ୟାନ୍ୟ ଶତାଧିକ କର୍ମୀ ଯୋଗଦାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!