ଓଡିଶା
୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଜଣଙ୍କ ଶୋଚନୀୟ ମୃତ୍ୟୁ
ଦୁର୍ଘଟଣା, ୫ ଜଣଙ୍କ ଶୋଚନୀୟ ମୃତ୍ୟୁ

ଯାଜପୁର ୪ ୫ ରଂଜିତ ମହାନ୍ତି ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଜଣଙ୍କ ଶୋଚନୀୟ ମୃତ୍ୟୁଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ୫୩ ନମ୍ବର ଜାତୀୟ ରାଜପଥ ବରଡା ଛକ ନିକଟରେ ଏକ ବରଯାତ୍ରୀ ବୋଲେରୋ ଛିଡା ହୋଇଥିବା ଟ୍ରକ ପଛକୁ ଧକ୍କା ଦେବାରୁ ବୋଲେରୋରେ ଥିବା ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇ ଯାଇଛି । ମୃତକ ମାନେ ବଡ଼ଚଣା ଅଞ୍ଚଳର ବୋଲି ଜଣାଯାଇଛି । ଗତକାଲି ରାତିରେ ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗ୍ରାମରୁ କେଉଁଝରକୁ ୭ରୁ ଉର୍ଦ୍ଧ୍ବ ବରଯାତ୍ରୀ ନେଇ ଯାଇଥିଲା ଏଇ ବୋଲେରୋ ଗାଡି। ଆଜି ସକାଳ ସମୟରେ ସେଠାରୁ ଫେରୁଥିଲା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିଛନ୍ତି




