
ନୂଆପଡା ତା;୦୪.୦୫. (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା -ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟ ନେଇ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଅଛି। ଏହା ନେଇ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ପଶ୍ଚିମ ବଙ୍ଗରେ ବିଜେପିର ଐତିହାସିକ ବିଜୟ ବୋଲି କହି ଏହି ଶ୍ରେୟ ପ୍ରଧାନମନ୍ତ୍ରୀଙ୍କ ଉପରେ ପଶ୍ଚିମ ବଙ୍ଗ ବାସୀଙ୍କ ବିଶ୍ୱାସ ଓ ବିକାଶର ସଂକଳ୍ପ ବୋଲି କହିଥିଲେ। ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିଜେପି ନେତା ତଥା କର୍ମୀ ବିଜୟ ଉତ୍ସବ ପାଳନ କରିଛନ୍ତି l ଜିଲ୍ଲାର ଖରିଆରରୋଡରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଗୋଲଡି ଅଗ୍ରୱାଲଙ୍କ ସମେତ ଅନେକ କର୍ମୀ ଫଟାକା ଫଟାଇ ଉତ୍ସବ ପାଳନ କରିଛନ୍ତି l




