Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସିଆଇଆଇ ଆଦର୍ଶ ମହିଳା ସମ୍ମାନ ପାଇଲେ ଆଇଜିଏସ ଯାଜପୁର ପ୍ରକଳ୍ପର ଲକ୍ଷ୍ମୀପ୍ରିୟା

ସିଆଇଆଇ ଆଦର୍ଶ ମହିଳା ସମ୍ମାନ ପାଇଲେ ଆଇଜିଏସ ଯାଜପୁର ପ୍ରକଳ୍ପର ଲକ୍ଷ୍ମୀପ୍ରିୟା

ଯାଜପୁର ରଂଜିତ ମହାନ୍ତି

ଭୁବନେଶ୍ୱର, ଇଣ୍ଡିଆନ ଗ୍ରାମୀନ ସର୍ଭିସେସ (ଆଇଜିଏସ) ଯାଜପୁର ପ୍ରକଳ୍ପ ମୁଖ୍ୟ ଲଷ୍ମୀପ୍ରିୟା ପରିଡା ସିଆଇଆଇ ଆଦର୍ଶ ମହିଳା ସମ୍ମାନ ପାଇ କମ୍ପାନୀ ଓ ଓଡିଶା ପାଇଁ ଗୌରବ ଆଣିଥିବା ଜଣାଯାଇଛି | ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବ୍ୟବସାୟ ଭେଟଘାଟ ୨୦୨୬ ଅବସରରେ ମଇ ୧୨ ତାରିଖ ଦିନ ତାଙ୍କୁ ଏହି ସମ୍ମାନ ମିଳିଛି | ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲଷ୍ମୀଙ୍କ ସମେତ ଭାରତ ର ବିଭିନ୍ନ ପ୍ରାଙ୍ଗଣରୁ ଆହୁରି ୧୯ ଜଣ ମାତୃଶକ୍ତିଙ୍କୁ ସମ୍ମାନିତ କରାଯାଇଥିଲା | ମାନ୍ୟବର କେନ୍ଦ୍ର ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ |

ଭାରତର ବିଭିନ୍ନ ପ୍ରାନ୍ତରୁ ମୋଟ ୩୭୬ ଜଣ ମହିଳା ଏହି ପୁରସ୍କାର ପାଇଁ ଆବେଦନ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଫାଇନାଲିଷ୍ଟ କରାଯାଇଥିଲା |

ଲଷ୍ମୀପ୍ରିୟାଙ୍କ ଏହି ଯାତ୍ରା ଅତି କଠିନ ଥିବା ଜଣାଯାଏ | ୧୯୯୩ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଏକ ଛୋଟିଆ ଗାଁରୁ ଆରମ୍ଭ ହୋଇଥିବା ଲଷ୍ମୀପ୍ରିୟାଙ୍କ ଯାତ୍ରା ୨୦୧୦ରେ ଆଇଜିଏସ ସହ ଯୋଡିହୋଇ ମଙ୍ଗଳାଯୋଡ଼ି ଇକୋଟୁରିଜିମରୁ ଆରମ୍ଭ ହୋଇଥିଲା | ପରେ ରାୟଗଡ଼ା, ଶିମିଳିପାଳ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ମହିଳାଙ୍କ ଜୀବନ ଜୀବିକା ପାଇଁ କାମ ଜାରି ରଖିଛନ୍ତି | ସେ କେବେ କୌଣସି କାମ ହୋଇପାରିବ ନାହିଁ ବୋଲି ଭାବି ନାହାନ୍ତି, ଯେତେ ଦୁର୍ଗମ ଅଞ୍ଚଳ ହୋଇଥିଲେବି ସେ ଖୁସି ମନରେ କାମ କରି ସଫଳତା ଆଣିପାରନ୍ତି।ସମସ୍ତ କର୍ମଚାରୀଙ୍କୁ ସାଙ୍ଗରେ ନେଇ କାମ କରିବାରେ ତାଙ୍କର ଅସୁବିଧା ନାହିଁ | ସେଥିପାଇଁ ସେ ଯେଉଁ କାମରେ ହାତ ଦିଅନ୍ତି ତାହା ଶେଷ ହେଲା ଯାଏ ତାକୁ ଛାଡ଼ନ୍ତି ନାହିଁ |

ଆୱାର୍ଡ଼ ପାଇବା ପରେ ଲକ୍ଷ୍ମୀ ଙ୍କୁ ପଚାରିବାରୁ ସେ କହିଥିଲେ ଆଜି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛି ତା ପଛରେ ଅନେକ ଲୋକଙ୍କ ହାତ ଥିଲେ ମଧ୍ୟ ଡକ୍ଟ ସଞ୍ଜୀବ ଷଡ଼ଙ୍ଗୀଙ୍କ ପ୍ରେରଣା, ସହକର୍ମୀ ଓ କର୍ମ କ୍ଷେତ୍ରର ମହିଳା ମାନଙ୍କ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି। ଏହି ଅବସରରେ ସେ ସମସ୍ତଙ୍କୁ ତାଙ୍କ ହୃଦୟରୁ ଧନ୍ୟବାଦ ଅର୍ପଣ କରିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!