
ଯାଜପୁର:୧୬ ୫ :(ଜିଲ୍ଲା ଖବର ରଂଜିତ ମହାନ୍ତି )ଆଜି ଜ୍ୟେଷ୍ଠ ମାସ ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ବୋଲି ବିବେଚନା କରାଯାଏ।ଏହି ତିଥିରେ ପାଳିତ ହୁଏ ସାବିତ୍ରୀ ବ୍ରତ।ଏଥି ଲାଗି ସାରା ଓଡ଼ିଶାର ପୁର ପଲ୍ଲୀ ରେ ସଧବା ହିନ୍ଧୁ ନାରୀମାନେ ସ୍ଵାମୀ ଙ୍କର ମଙ୍ଗଳ କାମନା ସହିତ ଦୀର୍ଘାୟୁ ଜୀବନ କାମନା କରି ବ୍ରତ ପାଳନ କରିଥାନ୍ତି। ଚନ୍ଦ୍ର ମାସ ଅନୁସାରେ ଜେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ।ଏହି ବ୍ରତ ସହ ମହାଭାରତ ମହା ସତୀ ସାବିତ୍ରୀ ଓ ସତ୍ୟ ମାନଙ୍କ ଉପାଖ୍ୟାନ ଆଜି ବି ଜୀବନ୍ତ। ଆଜି ସକାଳୁ ରାଜ୍ୟର ଗ୍ରାମ ରୁ ସହର ପର୍ଯ୍ୟନ୍ତ ସାବିତ୍ରୀ ବ୍ରତ ପାଇ ଉତ୍ସବ ମୁଖର। ଓଡ଼ିଆ ସଧବା ନାରୀମାନେ ସକାଳୁ ସକାଳୁ ସ୍ନାନ କରୀ ନୃତ୍ୟ ଶାଢ଼ୀ ପିନ୍ଧିଥାନ୍ତି। ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସଂପୂର୍ଣ୍ଣ ସଧବା ବେଶରେ ସଜେଇ ହୋଇଥାନ୍ତି। ଏହି ବ୍ରତ ରେ ଅନ୍ନ ଭୋଜନ କରାଯାଏ ନାହିଁ। ମା ସାବିତ୍ରୀ ଙ୍କ ପାଖରେ ରିତୁ ଅନୁଯାୟୀ ବିଭିନ୍ନ ଫଳ ଭୋଗ କରାଯାଏ। ପ୍ରବାଦ ଅଛି କି ସ୍ଵୟଂ ଜମ ରଜାଙ୍କ ପାଖରୁ ତାଙ୍କ ସ୍ଵାମୀ କୁ ଫେରାଇ ଆଣି ଥିବାରୁ ସେହି ଦିନଠାରୁ ପ୍ରତିବର୍ଷ ସାବିତ୍ରୀ ବ୍ରତ ପାଳନ କରାଯାଏ।




