ଓଡିଶା
ନୂଆପଡା ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ
ଖରିଆର ରାଜା ଏଟି ହାଇସ୍କୁଲ ପଡିଆ ଠାରେ ଖରିଆର ବିଧାୟକ ଅଧୀରାଜମୋହନ ପାଣିଗ୍ରାହୀ ମୁଖ୍ୟଅତିଥି ଭାବରେ ଯୋଗଦାନ

ନୂଆପଡା ୨୬ ୧ ଜିଲ୍ଲା ଖବର ନୂଆପଡା ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ନୂଆପଡା ସଦର ମହକୁମା ଠାରେ ଜ଼ିଲ୍ଲାପାଳ ମଧୁସୂଦନ ଦାସ ପତକା ଉତ୍ତୋଳନ କରିଥିବା ବେଳେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ଖଡ଼ିଆଳ ବିଧାୟକ ଅଧୀରାଜମୋହନ ପାଣିଗ୍ରାହୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପତକା ଉତ୍ତୋଳନ ସହିତ ଅଭିବାଦନ ଗ୍ରହଣ କରିଥିଲେ ସେହିପରି ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି କାଳିମାଟି, ଖଡ଼ିଆଳ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବରେ ନିୟୁଜ 26ର ମୁଖ୍ୟ ସମ୍ପାଦକ ରୁଦ୍ରରାଜ ବାଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପତକା ଉତ୍ତୋଳନ କରିବା ସହ ବିଗତ ୨୫ ବର୍ଷ ହେଲା ବିସ୍ଥାପିତ କେମିତି ତାଙ୍କର ମୌଳିକ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି ସେ ଉପରେ ଆଲୋକପାତ କରିଥିଲେ
ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ଜିଲ୍ଲା ଖବର




