ଓଡିଶା
ପୋଡ଼ାଗଡ଼ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ପୋଡ଼ାଗଡ଼ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମହା ଆଡ଼ମ୍ବରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି।

କୋରାପୁଟ, ୧/୨ :(ଜିଲ୍ଲା ଖବର)
- କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ଜୋନ୍–୨ ଅଧୀନ ପୋଡ଼ାଗଡ଼ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମହା ଆଡ଼ମ୍ବରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ନାଗଙ୍କ ଗୁରୁତ୍ବପୂର୍ଣ୍ଣ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ସ୍ଥାନୀୟ ବିଡିଓ ସିଦ୍ଧେଶ୍ୱର ନାୟକ ଓ ବ୍ଲକ ଶିକ୍ଷା ଗୋଷ୍ଠୀ ଅଧିକାରୀ ଅଭିଷେକ ଭୁଇଁ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ସରପଞ୍ଚ ଉସ୍ତ ଭୋଇ, ସିଏମ୍ସି ସଭାପତି ଦିବ୍ୟଦୟ ଟାକ୍ରି, ପିଏସ ଏସ ଏସ ସଭାପତି ଜୁଲେସ ବିହାରି ଖରା, ଉପଦେଷ୍ଟା ସୁରେଶ କୁଳଦୀପ ଓ ନାୟବ ସରପଞ୍ଚ ଆଶେର ବେନ୍ୟା ଉପସ୍ଥିତ ଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ନାଗ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ମଞ୍ଚ ପରିଚାଳନା ଉପାଧ୍ୟକ୍ଷ ସରୋଜ କୁମାର ପଟ୍ଟନାୟକ କରିଥିଲେ।ଏହି ଅବସରରେ କୃତି ଛାତ୍ରଛାତ୍ରୀ ଲିପ୍ସା ବେନ୍ୟା, ଅଙ୍ଗଦ ବଡ଼ ନାୟକ ଓ ଆଶେର ଖୋସଲାଙ୍କୁ ପୁରସ୍କୃତ କରାଯାଇଥିଲା। ସେଥିସହ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ପ୍ରଦାନ କରାଯାଇଥିଲା।ବିଦ୍ୟାଳୟରେ କାର୍ଯ୍ୟରତ ୩୭ ଜଣ କର୍ମଚାରୀଙ୍କୁ ମୁଖ୍ୟ ଅତିଥିଙ୍କ ହସ୍ତଦ୍ୱାରା ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ‘ଅପରେସନ ସିନ୍ଦୂର’ ନାଟକ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ‘ନାଗାଡ଼ା ନୃତ୍ୟ’ ବିଶେଷ ଆକର୍ଷଣ ହୋଇଥିଲା
।




