ଖଡ଼ିଆଳ ବିଧାନସଭା ରିଷିପିଟି ମଣ୍ଡଳ ରେ ଭିବି-ଜି-ରାମ ଜି ଜନଜାଗରଣ ସଭା
ନେହେନା ଗ୍ରାମପଞ୍ଚାୟତ ର ତୂର୍ଲି ଗ୍ରାମ ଠାରେ ଭିବି-ଜି -ରାମ ଜି ଜନଜାଗରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ରିଷିପିଟି ମଣ୍ଡଳ ର ସଭାପତି ଶ୍ରୀ ସୁଶାନ୍ତ ବିଶି ଙ୍କ ସଭାପତିତ୍ୱ ରେ ନେହେନା ଗ୍ରାମପଞ୍ଚାୟତ ର ତୂର୍ଲି ଗ୍ରାମ ଠାରେ ଭିବି-ଜି -ରାମ ଜି ଜନଜାଗରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜସିଛି।! ଉକ୍ତ ସଭାର ମୁଖ୍ୟ ଉଦେଶ୍ୟ ହେଉଛି ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜାନ (ମନରେଗା) ରେ ବ୍ୟାପକ ଦୁର୍ନୀତି ଚାଲିଥିଲା ।ଏଥିରେ ସଂସ୍କାର ଆଣିବା ଉଦେଶ୍ୟ ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏବଂ ଜିବିକା ମିଶନ ଗ୍ରାମୀଣ (ଭିବି-ଜି -ରାମ ଜି )୨୦୨୫ ବିଲକୁ ଆଇନ ରେ ପ୍ରଣୟନ କରାଯାଇଛି ।”ଭିବି- ଜି – ରାମ ଜି,”ବିଲ ପୁରା ଦେଶର ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବକ ଯୁବତୀଙ୍କ ଜୀବନରେ ପରିବର୍ତନ ଆଣିବ ! ଏହି ଯୋଜନା ରେ କର୍ମନିଯୁକ୍ତି ଅବଧିକୁ ୧୦୦ ଦିନ ରୁ ବୃଦ୍ଧିକରାଯାଇ ୧୨୫ ଦିନ କରାଯାଇଛି !ଗ୍ରାମାଞ୍ଚଳର ଗୋଟିଏ ପରିବାର ଏବେ ୧୨୫ଦିନର ନିଯୁକ୍ତି ପାଇବାକୁ ହକଦାରବୋଲି ଏଥିରେ ସ୍ପଷ୍ଟ କରାଯାଇଛି! ଏହି ଯୋଜନା ରେ ଉପସ୍ଥାପନା ଓ ତଥ୍ୟ ବାୟୋମାଟ୍ରିକ ଓ ଏହାର ତଦାରଖ AI ଆଧାରିତ ହେବା ସହିତ ପ୍ରତି ସପ୍ତାହରେ ମଜୁରୀ ପ୍ରଦାନ ଦେବା ସହ ୧୫ଦିନ ଭିତରେ କାମ ଯୋଗାଇ ନ ପାରରିଲେ ବେକାରୀ ଭତ୍ତା ର ବ୍ୟବସ୍ଥା ରହିଛି !ଏବେ ଗାଁ ଗୁଡିକର ସମ୍ପୂର୍ଣ ବିକାଶ କାମ “ଭିବି-ଜି -ରାମ ଜି “ମାଧ୍ୟମ ରେ ହୋଇପାରିବ ନୂତନ ଯୋଜନା ରେ ଗ୍ରାମରେ ସଡ଼କ ଠାରୁ ଆରମ୍ଭ କରି ପୋଲ, ଜଳସଂରକ୍ଷ, ବିଦ୍ୟାଳୟ ରେ ଶୌଚାଳୟ ଚାଷୀ ମାନଙ୍କ ପାଇଁ ଫସଲମଣ୍ଡି ଭଳି ଅନେକ ପ୍ରକାର କାର୍ଯ୍ୟ ହୋଇପାରିବ! ଏଥିପାଇଁ ଗାଁର ସରପଞ୍ଚଠାରୁ ଆରମ୍ଭକରି ପୁରା ଗ୍ରାମବାସି ମିଳିମିଶି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ! ତା’ପରେ ଉକ୍ତ ଗାଁର ଶ୍ରମିକ ଦ୍ୱାରା ସେହି ପ୍ରକଳ୍ପ କୁ କାର୍ଯ୍ୟକାରୀ କରାଯିବ! ଏହା ଦ୍ୱାରା ଗ୍ରାମଗୁଡିକ ବିକଶିତ ଅଭିମୁଖେ ଅଗ୍ରସର ହୋଇପାରିବ! ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି
କରାଇବାରେ ନୂତନ ଯୋଜନା ସାହାୟକ ହୋଇପାରିବ! ଏଥିପାଇଁ କେନ୍ଦ୍ରସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ! ଫଳରେ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟପୂରଣ ହୋଇପାରିବ! ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉପସଭାପତି ରାତ୍ରାନନ୍ଦ ମନହୀରା, ସମ୍ମାନୀ ଅତିଥି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଳାନ ,ସୁନ୍ଦର୍ ମଣ୍ଡଳ ସଭାପତି ରତ୍ନାକର ହଂଶ, ଯୁବରାଜ ଜଗତ ସମବାୟ ସମିତି ସଭାପତି ଡୁଆଝର,ମଣ୍ଡଳ ସଧାରଣ ସାମ୍ପାଦକ, ଅଜିତ ପଟେଲ , ତୁଲାରାମ୍ ହଂସ, ମଣ୍ଡଳ ଉପ ସଭାପତି ଉଦୟ ସିଂ ବାବୁ, ପମେଶ୍ୱର ଗହୀର, ସରୋଜ ବାରିକ, ଛବି ଶବର, ନବୀନ ପଟେଲ, ଚୁଳଚୁଲିଆ ଗହୀର, ଭବାନୀ ପଣ୍ଡା,ପୀତବାସ ଦଣ୍ଡସେନା, ନୀଳାମ୍ବର ବାଗ, କୈଳାସ ବାଗ, ହାଡୁରାମ ହଂସ, ଗୁରବାରୁ ବାଗ, ଲକ୍ଷଣ ଠେଲା, କାଳିଆ ବାଗ,ଜୟଧର ଠେଲା, ଏବଂ ଗ୍ରାମ ବାଷି ବୃନ୍ଦ ଯୋଗଦାନ କରିଥିଲେ !![]()




