Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ ବରୀ ବ୍ଳକ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମର ଅବସରପ୍ରାପ୍ତ ଆଦର୍ଶଶିକ୍ଷକ, ସମାଜସେବୀ, କ୍ରୀଡାପ୍ରେମୀ, ନାଟ୍ୟ ନିର୍ଦ୍ଦେଶକ ଶତୃଘ୍ନ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭଵନ ପରିସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଅଧ୍ୟାପକ ଜ୍ଞାନରଞ୍ଜନ ଧଳଙ୍କ ସଭାପତିତ୍ୱରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନୀଳମଣି ସାମଲ, ପୂର୍ବତନ ସରପଞ୍ଚ ସାହିତ୍ୟକ ଆନନ୍ଦ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରସନ୍ନ କୁମାର ରାଉତ, ନନୀ ଗୋପାଳ ଜେନା, ଅବସରପ୍ରାପ୍ତ ଶିକ୍ଷକ ମହନୀ ଚରଣ ରାଉତ, ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ, ପୂର୍ବତନ ସରପଞ୍ଚ କ୍ଷୀରେଦ ଚନ୍ଦ୍ର ପ୍ରଧାନ, ସମାଜସେବୀ ରବୀନ୍ଦ୍ର କୁମାର ପରିଡା, ମିନ କେତନ ପୁହାଣ, ଦିଲ୍ଲୀପ ରଣା, ରଶ୍ମୀ ରଞ୍ଜନ ବେହେରା, ଶରତ ଚନ୍ଦ୍ର ପ୍ରଧାନ, ପୂର୍ବତନ ଛାତ୍ରୀ ସୁଧାଂଶୁ ବାଳା ମହାନ୍ତି, ଚିତ୍ତରଞ୍ଜନ ମିଶ୍ର, ଶିକ୍ଷାବିତ ଅଭିରାମ ସାମଲ, ପିତାମ୍ବର ସ୍ୱାଇଁ, ଶଙ୍କର୍ଷଣ ସାମଲ, ଶ୍ରୀଧର ମହାପାତ୍ର, ଅଭୟ ଖୁଣ୍ଟିଆ, କୈଳାଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଓଝା, ରଞ୍ଜନ କୁମାର ଧଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଗୁଣଗାନ କରିବା ସହିତ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ସ୍ୱର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ପରିବାର ବର୍ଗ ଓ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!