ଓଡିଶା
ଗରମ କୁ ବିରାମ: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହିତ ବର୍ଷା
ଗରମ କୁ ବିରାମ: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହିତ ବର୍ଷା

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ଗରମ କୁ ବିରାମ: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହିତ ବର୍ଷା
ଦୀର୍ଘ ଦିନ ହେଲା ତାତି ଯାଜପୁର ଜିଲ୍ଲାବାସୀଙ୍କୁ କଲବଲ କରୁଥିଲା । ଅସହ୍ୟ ଖରା ଓ ଗୁଳୁଗୁଳି ଜନ ଜୀବନକୁ ବେଶ ପ୍ରଭାବିତ କରିଥିଲା । ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ, ଘଡଘଡି ସହିତ ବର୍ଷା ହୋଇ ଗରମରେ ବିରାମ ଲଗାଇଛି । ବର୍ଷା ଫଳରେ ଲୋକେ ଆଶ୍ୱସ୍ଥ ହୋଇଛନ୍ତି । ଆଜି ଦିନ ଯାକ ପାଗ ନରମ ରହିବା ସହିତ ପବନ ହେଉଥିଲା । ପ୍ରାୟ ୫ ଟା ବେଳକୁ ଆକାଶ ମେଘାଛନ୍ନ ହୋଇଥିଲା । ଏହା ପରେ ପବନ ଘଡଘଡି ସହିତ ଦୀର୍ଘ ସମୟ ଧରି ବର୍ଷା ହୋଇଥିଲା । ବର୍ଷା ଫଳରେ ତାତିରୁ ତ୍ରାହି ମିଳିଛି ।