ଓଡିଶା
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ପୁରୋହିତ ପ୍ରଫୁଲ୍ଲ କୁମାର ରଥ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ଲୀନ, ଗୋବିନ୍ଦ ରଥ ହେଲେ ମୁଖଗ୍ନି
ରାଜା ପୁରୋହିତ ପ୍ରଫୁଲ୍ଲ କୁମାର ରଥ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ଲୀନ, ଗୋବିନ୍ଦ ରଥ ହେଲେ ମୁଖଗ୍ନି। ଆଜି ତାଙ୍କ ପାର୍ଥିବ କୁ ଏକ ଶୋଭାଯାତ୍ରା

ନୂଆପଡା ତା:୧୨.୦୨. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ପୁରୋହିତ ପ୍ରଫୁଲ୍ଲ କୁମାର ରଥ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ଲୀନ, ଗୋବିନ୍ଦ ରଥ ହେଲେ ମୁଖଗ୍ନି। ଆଜି ତାଙ୍କ ପାର୍ଥିବ କୁ ଏକ ଶୋଭାଯାତ୍ରା ରେ ଖଡିଆଳ ନଗର ପରିକ୍ରମା କରି ନେହେନା ଗ୍ରାମ ସ୍ଥିତ ସୁନ୍ଦର ନଦୀ ଘାଟ ରେ ତାଙ୍କ ଶେଷ କୃତ୍ୟ ସମ୍ପର୍ନ୍ନ ହୋଇଅଛି। ତାଙ୍କ ସମର୍ଥକ, ସମ୍ପର୍କୀୟ, ତାଙ୍କ ଶିକ୍ଷ୍ୟ, ତାଙ୍କ କର୍ମକାଣ୍ଡ ପୂଜା ପଦ୍ଧତି ରେ ଅନୁପ୍ରାଣିତ ହୋଇଥିବା ସମସ୍ତ ଶ୍ରଦ୍ଧେୟ ମାନେ ଯୋଗ ଦେଇ ତାଙ୍କୁ ଶେଷ ଦର୍ଶନ କରିଥିବା ବେଳେ ଶେଷ ବିଦାୟ ଦେଇଥିଲେ। ଏକ ପୂର୍ଣ୍ୟାତ୍ମା ଇହ ଧାମ ତ୍ୟାଗ କରିଥିବା ବେଳେ ତାଙ୍କ ସ୍ଥାନ ଅପୂରଣୀୟ ହୋଇଅଛି। ଜଣେ ବିଜ୍ଞ, ପୂର୍ବ ଅନୁମାନକାରି ବ୍ୟକ୍ତିତ୍ଵ,ଜ୍ୟୋତିଷ ବିସାରଦ ଏବଂ ଅମାୟୀକ ବ୍ୟକ୍ତି ହରାଇଛନ୍ତି।





