Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଦର୍ଶନଶାସ୍ତ୍ର ବିଭାଗ ତରଫରୁ “ଅଧ୍ୟାପନା କ୍ରମରେ” ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ପ୍ରଫେସରମାନଙ୍କ ଦ୍ୱାରା ଆଲୋଚନା ଚକ୍ର

ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ସମ୍ପାଦିତ ହୋଇଯାଇଛି

ନୂଆପଡା ୨୩.୦୨.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ)ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ଅଧ୍ୟାପନା-କ୍ରମରେ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ସମ୍ପାଦିତ ହୋଇଯାଇଛି। ଉକ୍ତ ଆଲୋଚନା କାର୍ଯ୍ୟକ୍ରମରେ ନୂଆପଡା ନେସନାଲ ମହାବିଦ୍ୟାଳୟର ଅବସରପ୍ରାପ୍ତ ଦର୍ଶନଶାସ୍ତ୍ର ପ୍ରାଧ୍ୟାପକ ନୃସିଂହ ଚରଣ ସାହୁ ,ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଦର୍ଶନଶାସ୍ତ୍ର ଵିଭାଗୀୟ ଅବସରପ୍ରାପ୍ତ ପ୍ରଫେସର ମୋହିନ ମହମ୍ମଦ,ରେଭେନ୍ସା ବିଶ୍ଵବିଦ୍ୟାଳୟ ଦର୍ଶନଶାସ୍ତ୍ର ଵିଭାଗୀୟ ପ୍ରଫେସର ଡ଼ ଅଶୋକ କୁମାର ତରାଇ ପ୍ରମୁଖ ଯୋଗ ଦେଇ ଦର୍ଶନ ଶାସ୍ତ୍ର ଭିତ୍ତିକ ସତ୍ୟ, ଜ୍ଞାନ ,ତର୍କ ,ଗଣିତ ଦର୍ଶନ ,ଭାଷା ଦର୍ଶନ, ବ୍ୟବହାରିକ ଦର୍ଶନତତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଵିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜେଶ୍ୱରୀ କରୁଁଆ ,ଅଧ୍ୟାପକ ପ୍ରଦୀପ କୁମାର ବେହେରା,ଅଧ୍ୟାପିକା ତନୁଜା ସାହୁଙ୍କ ସମେତ ରସାୟନ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ,ଅଧ୍ୟାପକ ହରିବନ୍ଧୁ ହଂସ,ଅଧ୍ୟାପିକା ଆନନ୍ଦିନୀ ମିଶ୍ର, ଶାରୀରିକ ଶିକ୍ଷା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ,ଅଧ୍ୟାପକ ଜବହାର ରଞ୍ଜନ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ । ଅଧ୍ୟାପିକା ରାଜେଶ୍ୱରୀ କରୁଁ ଆ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅଧ୍ୟାପିକା ତନୁଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗ ଦେଇ ଆବଶ୍ୟକୀୟ, ଉପାଦେୟପୂର୍ଣ୍ଣ ଜ୍ଞାନ ହାସଲ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!