ଓଡିଶା
ତିଖାଲି ଡ୍ୟାମ ଲୋକ ମହୋତ୍ସବ ମାର୍ଚ୍ଚ ୧୫ ତାରିଖ ଷ୍ମାର ନାଇଟରେ ଯୋଗଦେବେ ମନ୍ତ୍ରୀ ମୁକେଶ ମହାଲିଂଙ୍ଗ
ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ମହୋତ୍ସବ କମିଟିର ସଭାପତି ଗୌତମ ତାଣ୍ଡି,

ନୂଆପଡା,୨୩/୦୨(ଜିଲ୍ଲା ଖବର):(ଓମ ପ୍ରକାଶ ଚୌଧୁରୀ )ଆସନ୍ତା ମାର୍ଚ୍ଚ ମାସ ୧୩ ୧୪ ଓ ୧୫ ତାରିଖ ତିନିଦିନ ବ୍ୟାପୀ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଅନୁଷ୍ଠିତ ହେବ।ତିଖାଲି ଡ୍ୟାମୁମ୍ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥ୍ ରୂପେ ଯୋଗଦେବେ ଓଡିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଏନେଇ ଆଜି ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ମହୋତ୍ସବ କମିଟିର ସଭାପତି ଗୌତମ ତାଣ୍ଡି, ଉପ ସଭାପତି ଶ୍ୟାମ ସୁନ୍ଦର କୁଲଦୀପ, ଉପ ସଭାପତି ଦଶମୁ ବେହେରା, ସହ ସଂର୍ପ ହେରମ୍ବ ଶବର ଆଜି ତାଙ୍କୁ ଭେଟି ନିମନ୍ତ୍ରଣ କରିଥୂବା ବେଳେ ସେ ଆସିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ମହୋତ୍ସବ କମିଟି ତରଫରୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରାଯାଇଛି। ସଂପାଦକ




