Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ ଠାରେ ହୋଳିକା ଦହନ ଉତ୍ସବ ପାଳିତ, ମହିଳା ମାନେ ପୂଜା ଅର୍ଚ୍ଚନା ପରେ ଆଜି ରାତ୍ର ୨.୫୦ ମିନିଟରେ ହୋଲୋକା ଦହନ ହେବ

ଆଜି ରାତ୍ର ୨.୫୦ ମିନିଟରେ ହୋଲୋକା ଦହନ ହେବ

  1. ନୂଆପଡା ତା:୦୨.୦୩.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ ଠାରେ ହୋଳିକା ଦହନ ଉତ୍ସବ ପାଳିତ, ମହିଳା ମାନେ ପୂଜା ଅର୍ଚ୍ଚନା ପରେ ଆଜି ରାତ୍ର ୨.୫୦ ମିନିଟରେ ହୋଲୋକା ଦହନ ହେବ। ପ୍ରାଚୀନ ବିଶ୍ୱାସ ଏବଂ ସନାତନ ଧର୍ମ ରେ ପ୍ରଭୁ ବିଷ୍ଣୁ ଙ୍କ ପରମ ଭକ୍ତ ପ୍ରହ୍ଲାଦ ଙ୍କୁ ତାଙ୍କ ପିତା ହିରାଣ୍ୟ କଶ୍ୟପ ତାଙ୍କ ପୁତ୍ର ଙ୍କୁ ଅଗ୍ନିରେ ଜାଳିଲେ କିପରି ତାଙ୍କ ପୁତ୍ର କୁ ଭଗବାନ ବିଷ୍ଣୁ ରକ୍ଷା କରିବେ ନେଇ ତାଙ୍କ ଭଉଣୀ ହୋଲିକାଙ୍କୁ ଆଦେଶ ଦେଇଥିଲେ। ହୋଲିକା ନିଜ ଭଣଜା ପ୍ରହ୍ଲାଦ କୁ ନେଇ ଅଗ୍ନିରେ ବସିଥିଲେ। ପ୍ରହଲ୍ଲାଦ ସୁରକ୍ଷିତ ଅଗ୍ନିରୁ ବାହାରି ଆସିଥିବା ବେଳେ ସେହି ଦିନ ଠାରୁ ଏହି ବିଶ୍ୱାସ ରେ ମାଁ ମାନେ ନିଜ ସନ୍ତାନଙ୍କ ଦୀର୍ଘାୟୁ କାମନା କରି ପୂଜା ଅର୍ଚ୍ଚନା କରିଥାନ୍ତି। ହୋଳୀକାଙ୍କୁ ପୂଜା କରି ନିଜ ପୁତ୍ର ଦୀର୍ଘାୟୁ କାମନା କରିଥାନ୍ତି। ହୋଲିକା ଦହନ ପର ଦିନ ରଙ୍ଗ ପର୍ବ ହୋଲି ପାଳିତ ହୁଏ। କିନ୍ତୁ ଚଳିତ୍ ବର୍ଷ ହୋଲିକା ଦହନ ପର ଦିନ ୩ ତାରିଖ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ମାତ୍ରା ରେ ଓଡ଼ିଶା ରେ ଦୃଶ୍ୟମାନ ହେବା କାରଣ ରୁ ତିନି ତାରିଖ ଦିନ ହୋଲି ଉତ୍ସବ ଖଡିଆଳଠାରେ ପାଳନ କରିବାକୁ ବନ୍ଦ କରି ଆସନ୍ତା ୪ ତାରିଖ ଦିନ ସାମୁହିକ ମିଳିତ ରୂପେ ହୋଲି ଉତ୍ସବ ପାଳନ କରିବାକୁ ରାମ ସ୍ଵାମୀ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ଆହ୍ବାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!