Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ

ଜବର ଦଖଲ କାରଣରୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଛି

ଯାଜପୁର ୨୮.୪ (ଜିଲ୍ଲା ଖବର ରଂଜିତ ମହାନ୍ତି ) ବିଭିନ୍ନ ସ୍ଥାନରେ ଜବର ଦଖଲ କାରଣରୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଟ୍ରାଫିକ ସମସ୍ୟା କାରଣରୁ ବିଭିନ୍ନ ସମୟରେ ବହୁ ସଂଖ୍ୟାରେ ଗାଡି ରାସ୍ତାରେ ଅଟକି ରହୁଥିଲା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି । ଟ୍ରାଫିକ ସମସ୍ୟା କାରଣରୁ ଗୁରୁତର ରୋଗୀ ନେଇ ମେଡ଼ିକାଲ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି । ହେଲେ ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ଜବର ଦଖଲ ଉଚ୍ଛେଦ କରିବା ବଦଳରେ ନିରବ ରହୁଛି । ଫଳରେ ଦିନକୁ ଦିନ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଜବର ଦଖଲ ବଢି ବଢି ଚାଲିଛି । ଯେଉଁ ସ୍ଥାନକୁ ପ୍ରଶାସନ ବିଗତ ଦିନରେ ଜବର ଦଖଲ ଉଚ୍ଛେଦ କରିଥିଲା ସେହି ସ୍ଥାନ ସବୁ ପୁଣି ଜବର ଦଖଲ ହୋଇ ସାରିଲାଣି । କେବଳ ସେତିକି ନୁହେଁ ରାସ୍ତା ଉପର ପର୍ଯ୍ୟନ୍ତ ଜବର ଦଖଲକାରୀ ମାଡି ଆସିଲେଣି । ବରୁଆଁ ଠାରୁ ବରୀ ମାଉଣ୍ଡ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକ ସ୍ଥାନ ଜବର ଦଖଲକାରୀ କବଳିତ କରି ରଖିଛନ୍ତି । ବରୁଆଁ, ସୁଜନପୁର, ସହାସପୁର ଶିବାଛକ, ବାଲିଆପାଳ, ସନ୍ଥନ ଛକ ସହିତ ବରୀ ବ୍ଳକର ପ୍ରମୁଖ ଛକ ବରୀ ମାଉଣ୍ଡ ଏବେ ସମ୍ପୂର୍ଣ୍ଣ ଜବର ଦଖଲକାରୀଙ୍କ କବଳରେ ରହୁଛି । ହେଲେ ପ୍ରଶାସନ ଏ ନେଇ କାହିଁକି ପଦକ୍ଷେପ ନେଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ କିଛି ବୁଦ୍ଧିଜୀବି କହିଛନ୍ତି ଜବର ଦଖଲକାରୀଙ୍କୁ ପ୍ରଶାସନ ଭୟ କରୁଛି । ନହେଲେ କାହିଁକି ଜବର ଦଖଲ ଉଚ୍ଛେଦ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!