Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସୁକିନ୍ଦାରେ ମୃତକଙ୍କ ଅଙ୍ଗଦାନ କଲେ ପରିବାରବର୍ଗ

ସୁକିନ୍ଦାରେ ମୃତକଙ୍କ ଅଙ୍ଗଦାନ କଲେ ପରିବାରବର୍ଗ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

— ଅଙ୍ଗଦାନ କରି ଅମର ହେଲେ ସ୍ୱର୍ଗତ ବାଲି ଜାମୁଦା

— ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

— ଅନ୍ତିମ ସଂସ୍କାରରେ ଉପସ୍ଥିତ ହେଲେ ପ୍ରଶାସନର ବରିଷ୍ଠ ଅଧିକାରୀ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ବେଲୋହାରି ଗ୍ରାମର ସ୍ୱର୍ଗତ ବାଲି ଜାମୁଦାଙ୍କ ବ୍ରେନ୍‌ ଡେଡ୍‌ ବା ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରି ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ମହାନ ଦାନ ଅନେକ ଜୀବନକୁ ନୂଆ ଆଶା ଦେଇଥିବାବେଳେ ସେ ଚିରଦିନ ପାଇଁ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବେ। ତାଙ୍କର ଏଭଳି ମହତ କାମକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ବାଲି ଜାମୁଦାଙ୍କ ଶେଷକୃତ୍ୟ ନିଜ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ଶ୍ରୀ ସପନ କୁମାର ନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କଳିଙ୍ଗନଗର ଥାନା ଅଧିକାରୀ, ଅତିରିକ୍ତ ତହସିଲଦାର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ବାଲି ଜାମୁଦାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ସ୍ୱର୍ଗତ ବାଲି ଜାମୁଦାଙ୍କ ଏହି ଅଙ୍ଗଦାନ ସମାଜରେ ମାନବତା, ସହାନୁଭୂତି ଓ ପରୋପକାରର ଏକ ଉଜ୍ଜ୍ୱଳ ବାର୍ତ୍ତା ପ୍ରସାର କରିଥିବାବେଳେ ଆଗାମୀ ପିଢ଼ୀ ପାଇଁ ଏକ ପ୍ରେରଣାର ସ୍ତମ୍ଭ ହୋଇ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!