
ଯାଜପୁର ୧୪ ୫. ଜିଲ୍ଲା ଖବର ରଂଜିତ ମହାନ୍ତି :ଓଡିଶା ର ବିଭିନ୍ନ ଭଦ୍ୟୋଗ ରେ କାର୍ଯ୍ୟ କରୁଥୁବା ଠିକା ଶ୍ରମିକ ମାନଙ୍କୁ ସାମୁହିକ ଛଟେଇ ସମ୍ୱନ୍ଧରେ ଆଜି ଭାରତୀୟ ମଜଦୁର ସଂଘ ଓଡିଶା ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୱେଶ ରେ ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଠାରେ ଛଅ ଦଫା ଦାବି ସମ୍ପର୍କୀୟ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଅଛି।ଟାଟା ପାୱାର ଅଧୀନରେ ଥିବା ଚାରୋଟି ବିତରଣ ସଂସ୍ଥା ମାନଙ୍କରେ ଖର୍ଚ୍ଚ କାଟ ନା ରେ ହୋଇଥିବା ସାମୂହିକ ଛଟେଇ ପ୍ରତ୍ୟାହାର ପାଇଁ ମୁଖ୍ୟ ଦାବି ହୋଇଛି।। ଦାବି ପୂରଣ ନ ହେଲେ ଚାକରି ସୁରକ୍ଷା ଜୀବନ ରକ୍ଷା ପାଇଁ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱର ଠାରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ହେବା କୁ ଚେତାବନି ଦିଆଯାଆଇଅଛି।ଦାବି ସମୟରେ ସଙ୍ଘ ର ଶ୍ରେଷ୍ଠ ନେତୃତ୍ୱ ଙ୍କ ସହ ଶତାଧିକ କର୍ମଚାରୀ ସାମିଲ ରହି ଟାଟା ପାୱାର ଛି ଛି, ଟାଟା ପାୱାର ଗୋ ବ୍ୟାକ ସ୍ଲୋଗାନ ରେ ସାମୂହିକ ଦାବି ଦେଇଥିଲେ।




