ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ: ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ଲକ୍ଷ୍ମଣ ବାଗ
ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ: ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ଲକ୍ଷ୍ମଣ ବାଗ

ବଲାଙ୍ଗୀର , ୧୩/୦୫: ଜିଲ୍ଲା ଖବର ଗଣେଶ ଦାସ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି କଣ୍ଟାବାଞ୍ଜି ସ୍ଥିତ ତାଙ୍କ ବାସଭବନରେ ସ୍ୱର୍ଗତ ଖାଁଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହି ଖବର ପାଇବା ପରେ ବିଭିନ୍ନ ମହଲରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସମର୍ଥକମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସ୍ୱର୍ଗତ ଆୟୁବ ଖାଁଙ୍କ ବାସଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି। ବିଧାୟକ ଶ୍ରୀ ବାଗ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେ କହିଛନ୍ତି ଯେ, ଆୟୁବ ଖାଁଙ୍କ ବିୟୋଗ କଣ୍ଟାବାଞ୍ଜି ରାଜନୀତି ତଥା ସାଧାରଣ ଜନତାଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।ଏହି ଶେଷ ଦର୍ଶନ ସମୟରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ନେତାଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କର ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।



