ତେଲ ନଦୀ ଉପରେ ନିର୍ମାଣ ହେବ ନୂତନ ସେତୁ: ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର, ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହର
ତେଲ ନଦୀ ଉପରେ ନିର୍ମାଣ ହେବ ନୂତନ ସେତୁ: ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର, ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହର

ନୂଆପଡ଼ା/ଭବାନୀପାଟଣା ଜିଲ୍ଲା ଖବର (୧୩.୦୫): ଓମ ପ୍ରକାଶ ଚୌଧୁରୀ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ଜୀବନରେଖା ସଦୃଶ ଖଡ଼ିଆଳ-ଭବାନୀପାଟଣା ରୋଡ୍ରେ ଥିବା ତେଲ ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବରାଦ କରାଯାଇଛି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ସରକାର ସମୁଦାୟ ୧୬ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ ସେତୁର ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୩ କୋଟି ୯୫ ଲକ୍ଷ ୩୯ ହଜାର ୫୪୦ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ, ଅବଶିଷ୍ଟ ଅର୍ଥ ଜିଏଷ୍ଟି (GST), କଣ୍ଟିଜେନସି ଏବଂ ଗୁଣବତ୍ତା ନିୟନ୍ତ୍ରଣ (Quality Control) ପାଇଁ ରଖାଯାଇଛି।କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। ଅଞ୍ଚଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ସରକାର ଏହି ପଦକ୍ଷେପ ନେଇଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ସେତୁ ନିର୍ମାଣ ହେବା ଫଳରେ ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ଏବଂ ବାଣିଜ୍ୟିକ କାରବାର ବୃଦ୍ଧି ପାଇବ। ଏହି ଐତିହାସିକ ନିଷ୍ପତ୍ତି ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି।




