
ଯାଜପୁର ୨୮ ୪ (ଜିଲ୍ଲା ଖବର )( ରଂଜିତ ମହାନ୍ତି ରାସ୍ତା ପାର୍ଶ୍ଵ ହେଉକି ମେଳା ମହୋତ୍ସବ ହେଉ ସବୁଠି ଏବେ ମାଟିରେ ତିଆରି ସାମଗ୍ରୀ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି l ବିଭିନ୍ନ ରୋଷେଇ ସାମଗ୍ରୀ, ସୁରେଇ, ପାଣିବୋତଲ,ହାଣ୍ଡି ଆଦିର ଚାହିଦା ବଢ଼ିବାରେ ଲାଗିଛି। ବିଶେଷ ଭାବେ ଖରାଦିନ ହୋଇଥିବାରୁ ମାଟିପାତ୍ର ରେ ପାଣି ରଖିଲେ ଥଣ୍ଡା ରହିବା ସହିତ ପିଇବା ପାଇଁ ଭଲ ଲାଗିବ l ମାଟିହାଣ୍ଡି ରେ ମଧ୍ୟ ମାଂସ ରାନ୍ଧିବାକୁ ଲୋକ ଙ୍କ ବେଶ ପସନ୍ଦ l ଆଗରୁ ଲୋକମାନେ ମାଟିପାତ୍ରର ଅଧିକ ବ୍ୟବହାର କରୁଥିଲେ। ଯେମିତି ଭାତ ରାନ୍ଧିବା ପାଇଁ ହାଣ୍ଡି, ପାଣି ଳଖିବା ପାଇଁ ଘମ, ଟନ ଭେଦାଇବା ପାଇଁ ନନ୍ଦା, କ୍ଷୀର ଇଦି ବସାଇବା ପାଇଁ ବଢ଼ା ସହିତ ବିଭିନ୍ନ ମାଟି ସାମଗ୍ରୀ ର ବେଶ ଆଦର ଥିଲା ।ଲୋକମାନେ ମାଟି ସାମଗ୍ରୀ ବଜାର ରୁ କିଣି ବ୍ୟବହାର କରୁଥିଲେ l ବିଶେଷ ଭାବେ ମାଟି କପରେ ଚାଆ ପିଇବାକୁ ଲୋକ ପସନ୍ଦ କରୁଛନ୍ତି। ଫେରୁଛି ପୁରୁଣା ଦିନ ସଉକ ରେ ହେଉକି ଆବଶ୍ୟକ ପାଇଁ ଏବେ ମାଟି ପାତ୍ରଳ ବ୍ୟବହାର ବଢ଼ିବାରେ ଲାଗିଛି।l




