Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷ ରୁ ୧୭୮ତମ ମଧୁବାବୁ ଜୟନ୍ତୀ, ପାଳନ

ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷ ରୁ ୧୭୮ତମ ମଧୁବାବୁ ଜୟନ୍ତୀ, ଆଇନଜୀବୀ ଦିବସ ପାଳିତ, ୫୦ ବର୍ଷ ରୁ ଉର୍ଦ୍ଧ ଆଇନ ସେବା ପ୍ରଦାନ କାର୍ଯ୍ୟ କରିଥିବା ତିନି ଜଣ ବ୍ୟକ୍ତବିଶେଷଙ୍କୁ ସମ୍ବର୍ଦ୍ଧିତ

ନୂଆପଡା ତ:୨୯.୦୪.(ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷ ରୁ ୧୭୮ତମ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ସଭା ରେ ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର ଅଧ୍ୟକ୍ଷତା କରିଥିବା ବେଳେ ପଦମପୁର ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ ଯୋଗ ଦେଇ ଆଇନ ସେବା ଓ ସହାୟତା ଏକ ମହାନ୍ କାର୍ଯ୍ୟ ହୋଇଥିବା ବେଳେ ଅଧ୍ୟୟନ ଓ ଅଭ୍ୟାସ ଦ୍ୱାରା ନିଜ ମାମଲା କୁ ନ୍ୟାୟ ଦେବାରେ ସକ୍ଷମ ହେବେ ବୋଲି ଆହ୍ୱାନ କରିଥିଲେ। ସଭାରେ ମୁଖ୍ୟବକ୍ତା ରୂପେ ପଦ୍ମ ଶୀ ମହେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ପାଦକ ପ୍ୟାରେଲାଳ ଦେବାଙ୍ଗନ ଅତିଥି ସ୍ୱାଗତ କରିଥିଲେ। ଏହି ଅବସରରେ ୫୦ ବର୍ଷ ରୁ ଉର୍ଦ୍ଧ ଆଇନ ସେବା ପ୍ରଦାନ କାର୍ଯ୍ୟ କରିଥିବା ନିୟୋଜିତ ଥିବା ତିନି ଜଣ ବ୍ୟକ୍ତବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀବୀ ମୂରଲୀଧର ପଣ୍ଡା, ଆଇନଜୀବୀ ରମେଶ ଭୋଇଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ମୁନସୀ ରାମ ଗୁଲାଲ ସାହୁ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ପାଇଁ ଉପସଭାପତି ପ୍ରକାଶ ସ୍ୱାଇଁ ମାନପତ୍ର ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ଯୋଗେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୧୨୦ ଜନ ଆଇନଜୀବୀ ଯୋଗ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!