
-
ଯାଜପୁର ୨୯ ୪:( ଜିଲ୍ଲା ଖବର )-(ରଞ୍ଜୀତ ମହାନ୍ତି )-ବରୀ, ସରକାର ଲଘୁଖଣିଜ ଲୁଟ୍ ପରେ ରୋକ ଲଗାଇବାକୁ ଗୁରୁତ୍ଵ ଦେଉଥିବା ବରୀରେ ବେଧଡ଼କ ଭାବେ ବାଲି ଲୁଟ୍ ଚାଲିଛି । ବେଆଇନ ଭାବେ ନିଲାମ ହୋଇନଥିବା ନଦୀ ପଠାରୁ ଖୋଲାମେଲାରେ ବାଲି ଲୁଟ୍ ଚାଲିଛି। ବ୍ରାହ୍ମଣୀ ନଦୀର ରାମଚନ୍ଦ୍ରପୁର କଲେଜ ନିକଟ ନଦୀପଠାରୁ ପ୍ରତିଦିନ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ କରାଯାଉଛି। ଏପରିକି ମେସିନ ଲଗାଇ ବାଲି ଉଠାଯାଉଛି। ନଦୀପଠାରୁ
-
ଶହଶହ ଟ୍ରିପ୍ ବାଲି ଉଠାଯାଇ ମାତ୍ର କେତେ ମିଟର ଦୂରରେ ଥିବା ପଡ଼ିଆରେ ଜମା କରାଯାଉଛି। ହେଲେ ପ୍ରଶାସନ ନଜରରେ ତାହା କିପରି ପଡୁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ରାଜନୈତିକ ଚାପରେ ତହସିଲ ପ୍ରଶାସନ ଚୁପ ରହୁଥିଲା ବେଳେ ଲଘୁ ଖଣିଜ ବିଭାଗ ଅଧିକାରୀଙ୍କ ନିକଟରେ ଖବର ନାହିଁ।




