
ଭୁବନେଶ୍ବର : କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଝଟ୍କା ଲାଗିଥିବା ସୂଚନା। ଭୟରେ ଘରୁ ବାହାରକୁ ଚାଲି ଆସିଲେ ଲୋକେ। କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ରେ ଭୁକମ୍ପ ଅନୁଭୂତ ହୋଇଛି। ନୂଆପଡ଼ା ଜିଲ୍ଲାର ୨ଟି ବ୍ଲକରେ ଭୂକମ୍ପ ଅନୁଭୂତ ସିନାପାଲି ଓ ବୋଡ଼େନ ବ୍ଲକରେ ଭୂକମ୍ପ ଅନୁଭୂତ ହୋଇଛି।




