ପଲ୍ଲୀ ବିକାଶରେ ପ୍ରତିଭାର ସ୍ୱର: ସମ୍ମାନିତ ହେବେ ଭୁରୁଗାଁର ବରିଷ୍ଠ ନାଗରିକ
ଭୁରୁଗାଁ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କଲା ଉପେନ୍ଦ୍ରନାଥ ସାଂସ୍କୃତିକ ପରିଷଦ

ଯାଜପୁର ୧୦ ୫ :ଜିଲ୍ଲା ଖବର ବରୀ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ ମହାସମାରୋହରେ ରବିବାର ଭୁରୁଗା ରେ ଅନୁଷ୍ଠିତ ହୋଇ ଯାଇଅଛି।ଯାଜପୁର ସାଂସଦ ଡ଼କ୍ଟର ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସ୍ବର୍ଗତ ଉପେନ୍ଦ୍ରନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନୁଷ୍ଠାନ ସଭାପତି ଡାକ୍ତର ରାଜକିଶୋର ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ଭର୍ଦ୍ଧନା ପର୍ବରେ ବିଶିଷ୍ଟ ଶିକ୍ଷାବିତ ସୀତାକାନ୍ତ ପଣ୍ଡା, ବିଜୟ କୁମାର ଦାଶ, ସୁବାସ ବିଶ୍ୱାଳ, ଗଗନ ବିହାରୀ ଜେନା ପ୍ରମୁଖ ମଞ୍ଚାସୀନ ରହି ପ୍ରତିଭା ସମ୍ମାନ ରେ ସହଯୋଗ କରିଥିଲେ।ନିଜ ପିତା ସ୍ବର୍ଗତ ଉପେନ୍ଦ୍ରନାଥ ଙ୍କ ମାର୍ଗରେ ସତ ପଥରେ ସେ ସର୍ବଦା ନିଜ କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି ଓ ଆଗକୁ କରି ଚାଲିବେ ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରୁଥିଲେ ଡାକ୍ତର ପଣ୍ଡା। ଏହି ଗାଁ ର ବିକାଶ ର ସାରଥୀ ଗ୍ରାମବାସୀ ଓ ଆଗକୁ ଆହୁରି ବିକାଶ ହେବ ବୋଲି ଡାକ୍ତର ପଣ୍ଡା ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ପ୍ରାରମ୍ଭିକ ପର୍ୟାୟରେ ନାଗରିକ ସମ୍ମାନ ପ୍ରଦାନ କରାଯାଇଅଛି, ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ପଣ୍ଡାଙ୍କ କନିଷ୍ଠ ଭ୍ରାତା ପୁତ୍ର ବଧୂ, ଝିଅ ଓ ପରିବାର ଉପସ୍ଥିତ ଥିଲେ।




