ଓଡିଶା

କେବିକେ ରେଳ ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସୁଜିତ କୁମାର

କେବିକେ ରେଳ ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସୁଜିତ କୁମାର

ନୂତନ ରେଲ ପ୍ରକଳ୍ପ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ସକ୍ଷାତ କରି କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମି ର ବିକାଶ ପାଇଁ ଦାବୀ ଜଣାଇଛନ୍ତି। ସେଥିମଧ୍ୟରେ କେସିଙ୍ଗା ଠାରୁ ଭବାନୀପାଟଣା ଭାୟା ଉତକେଲା ୩୫ କିଲୋମିଟର, ଫୁଲବାଣୀ ରୁ ଲାଞ୍ଜିଗଡ ଭାୟା ବାଲିଗୁଡ଼ା ମଦନପୁର ରାମପୁର ୧୨୦ କିଲୋମିଟର, ରାୟପୁର ରୁ ରାଜିମ ଧର୍ମଗଡ ଭାୟା ଗରିଆବନ୍ଧ ଦେଭୋଗ ୧୮୫.୫ କିଲୋମିଟର ଏବଂ ନୂଆପଡ଼ା ରୁ ଧର୍ମଗଡ ଭାୟା କୋମନା, ଖଡ଼ିଆଳ ଗୋଲାମୁଣ୍ଡା ୯୫ କିଲୋମିଟର ନୂତନ ରେଲ ପ୍ରକଳ୍ପ ପାଇଁ ଦାବୀ କରିଛନ୍ତି। ରେଳ ପ୍ରକଳ୍ପ ର ଭିତ୍ତିଭୂମି ଏବଂ ଏକ୍ସପ୍ରେସ ରେଳ ରହଣି ଭଳି ଅନେକ ଦାବୀ କରିଛନ୍ତି। ସମସ୍ତ ଦାବୀ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!