ମାଟ୍ରିକ ଏ-୧ ଙ୍କୁ ପ୍ରଗତି କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା
ମାଟ୍ରିକ ଏ-୧ ଙ୍କୁ ପ୍ରଗତି କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ଯାଜପୁର ୧୫ ୫.(ରଞ୍ଜୀତ ମହାନ୍ତି ଜିଲ୍ଲା ଖବର )ବରୀ ବ୍ଳକ ସର୍ବପୁରାତନ ପ୍ରଗତି କ୍ଲବ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ରେ ଏ ୱାନ ରେ ପାଇଥିବା ୪ ଜଣ ଛାତ୍ର ଓ ଛାତ୍ରୀମାଙ୍କୁ ଆଜି କ୍ଲବ ପରିସର ରେ ସମ୍ବର୍ଦ୍ଧନା ଦିଆଯାଇଥିଲା l କ୍ଲବ ର ବରିଷ୍ଠ ସଭ୍ୟ ମହେଶ୍ୱର ବେହେରା ଙ୍କ ସଭାପତି ତ୍ୱରେ ଅବସରପ୍ରାପ୍ତ ପ୍ରଶlସନିକ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଆଇନୀଜୀବି ରାଜ କିଶୋର ସାମଲ, କ୍ଲବର ସମ୍ପାଦକ ନଟଵର ବେହେରା, ସୋମନାଥ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ହରିପୁରହାଇସ୍କୁଲ ର ଛାତ୍ରୀ ଅମ୍ରିତା ମଲ୍ଲିକ, ବିଧାନଚନ୍ଦ୍ର ଏକାଡେମୀରଛାତ୍ର ବିଶ୍ଵମୋହିତ ସାହୁ, ନନ୍ଦିନୀଦେବୀ ନୋଡାଲ ବିଦ୍ୟାପୀଠ ର ଛାତ୍ରୀ ବିଦୁସ୍ମିତା ସ୍ୱାଇଁ, କୃପାସିନ୍ଧୁ ବିଦ୍ୟାଭବନ ରଛାତ୍ରୀ ମଧୁସ୍ମିତା ସାହୁ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଉପହାର ନେଇ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହିତ ଭଲ ପାଠପଢି ଭଲ ମଣିଷ ହେଇ ବରୀ ଅଞ୍ଚଳ ର ଟେକ ରଖିବେ ବୋଲି ପରାମର୍ଶ ଦେlଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କ୍ଲବ ର ବରିଷ୍ଠ ସଭ୍ୟ ପଢ଼୍ମଲାଭ ଜେନା, ପ୍ରଭାତ କୁମାର ମହାନ୍ତି, ପରମାନନ୍ଦ ବେହେରା, ବଟକୃଷ୍ଣ ଦ୍ବିବେଦୀ, ଦୁର୍ୟୋଧନ ବେହେରା, ଅରୁଣ କୁମାର ବେହେରା, ବିଶ୍ୱଭୂଷଣ ଜେନା ଓ ୪ ଗୋଟିବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ




