Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଶିଶୁ ଝିଅ।

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଶିଶୁ ଝିଅ।

ଭବାନୀପାଟଣା ଜିଲ୍ଲା ଖବର ଲାଇଫ ୨୪ ।୫( ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ )-କଳାହାଣ୍ଡି ଭବାନୀପାଟଣାର ଝିଅ ଆସ୍ଥା ସବୃଦ୍ଧି ପଣ୍ଡା

ସମ୍ମାନଜନକ ଗ୍ଲାମ ଇଣ୍ଡିଆରେ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ଦ୍ଵିତୀୟ ରନର୍ସ ଅପ୍ ହେବା ସହ ଟେଲେଣ୍ଟ କ୍ରାଫ୍ଟ ହାସଲ କରି ଚମକିଛନ୍ତି । ଭୁବନେଶ୍ବର ଏଚଏଚଆଇ ହୋଟେଲରେ ଅନୁଷ୍ଠିତ ଚଳିତ ବର୍ଷର ଗ୍ଲାମ୍ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟାନା ରାଉତରାୟ ଏବଂ ଜ୍ୟୋତି ମହାପାତ୍ର ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ଫେସନ କୋଚ୍ ଲିୟନ ପ୍ରିନ୍ସ, ପୂର୍ବତନ ମିସ୍ ଓଡ଼ିଶା ଦିଗ୍ଧଦର୍ଶୀ ମିଶ୍ର, ଫେମିନା ମିସ୍, ଓଡ଼ିଶା ଫେମ୍ ମିସ୍ କେ ଆର ସନ୍ତୋସିନୀ,ପ୍ରଖ୍ୟାତ ଡିଜାଇନର ଜିତ୍ ଜଗଜିତ, ସୋମ୍ୟରଞ୍ଜନ ରାଉତ ରାଜ୍ୟ ନିର୍ଦ୍ଦେଶକ ପ୍ରମୁଖ ଜୁରି ଭାବେ ଯୋଗ ଦେଇଥିଲେ। ସେହିପରି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭବାନୀପାଟଣା ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ମନୋଜ ମିଶ୍ର ଏବଂ ଅମିତା ଦାସଙ୍କ ଝିଅ ଅନ୍ଵେଷା ଏହା ପୂର୍ବରୁ ଏକାଧିକ ଫେଶନ୍ ସୋ’ରେ କୃତିତ୍ୱ ହାସଲ କରିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!