Welcome to Jila khabara   Click to listen highlighted text! Welcome to Jila khabara
ରାଜନୀତି

ବିଜେଡିର ‘ନାରୀ ଅଧୂକାର ଅଭିଯାନ’

ବିଜେଡିର ‘ନାରୀ ଅଧୂକାର ଅଭିଯାନ’

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

‘ଦୁଇ ବର୍ଷ ସରକାରରେ ମହିଳା ଅଧିକାରରୁ ବଞ୍ଚିତ’

ନାରୀ ଅଧୁକାର ଅଭିଯାନ ।

ମହିଳାଙ୍କୁ ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ବିଜେପି ସରକାର ବିରୋଧରେ ପ୍ରତିବାଦ ।

ରାଜ୍ୟରେ ବିଜେପି ସରକାର ଆସିଲେ ମିଶନ ଶକ୍ତି ବନ୍ଦ ହେବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ। ଆଜି ତାହାର ପ୍ରମାଣ ମିଳିଛି I ମହିଳାମାନଙ୍କୁ

ଘର ବାହାରକୁ ନ ଛାଡ଼ି ଘର ଭିତରେ ରହିବାକୁ ବାଧ୍ୟ କରାଯାଉଛି। ମହିଳାଙ୍କୁ ଛେଳି ଜଗାଇବାକୁ ପରାମର୍ଶ ଦେଉଛନ୍ତି ସରକାର। ମହିଳାଙ୍କୁ ଆରକ୍ଷଣ ଦେବାର ଭେଳିକି କରି ଭ୍ରମିତ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜୁ ଜନତା ଦଳର

ଉପସଭାପତି ପ୍ରଣବ ପ୍ରକାଶ ଦାସ ଆଜି ବରୀରେ ଆୟୋଜିତ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ ଏହି କଥା କହିଛନ୍ତି । ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରୀ

ବ୍ଲକ ଉପାଧ୍ଯକ୍ଷା ଅର୍ଜନା ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରାକ୍ତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ଉପସ୍ଥିତ ରହି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ | କେନ୍ଦ୍ର ସରକାର ଶତକଡା ୩୩ ଭାଗ ମହିଳାଙ୍କ ସଂରକ୍ଷଣ ବିଲକୁ ନେଇ ଲୋକ ମାନଙ୍କୁ ଭୁଆଁ ବୁଲାଉଥିବା ବେଳେ ଏବେ ବିଜେପି ଶାସନରେ ରାଜ୍ୟରେ ନାରୀ ନିର୍ଯାତନା, ଅତ୍ୟାଚାର, ବଢ଼ି ବଢ଼ି ଚାଲିଛି। ଜନ ସାଧାରଣଙ୍କ ଠାରୁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଟିକସ ଓ ଜୋରିମାନା ଆଦାୟ କରୁଥିବା ବେଳେ ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି । ସର୍ବୋପରି ନାରୀ ସୁରକ୍ଷା ଓ ଚାଷୀମାନଙ୍କ ସମସ୍ୟା ସହିତ ବିକାଶ ଠପ୍ ହେବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ବବି ଦାସ I ପରେ ମହିଳା ମାନେ ସଭା ନିକଟରୁ ଏକ ବିଶାଳ ପଟୁଆରରେ ଆସି ବରୀ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବିଡିଓ ମିନତି ଜଗଦେବଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଏକ ଦାବିପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!