ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l
ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀ, ଯାଜପୁର ରିଖ: ଜାତିର ପିତା ମହାତ୍ମା ଗାନ୍ଧୀ ୧୯୩୪ ମସିହା ମେ ମାସ ୩୦ ତାରିଖରେ ହରିଜନ ପଦଯାତ୍ରା କରି ବରୀ ଅନ୍ୟାସୀପୁରରେ ରାତ୍ର ଜାପାନ କରିଥିଲେ ଏବଂ ପରଦିନ ତା ୩୧ରିଖ ସକାଳୁ ଅରଙ୍ଗାବାଦ, ବାଗଦା, ବରୀ ମାଉଣ୍ଡ, ନୂଆଗାଁ ଆଦି ଅଞ୍ଚଳରେ ପଦଯାତ୍ରା କରି ସାହସପୁରର ଗୋବିନ୍ଦପୁର ଠାରେ ରାତ୍ରିଯାପନ କରିଥିଲେ ଏବଂ ଏହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ସକାଳ ୮ଘଟିକା ସମୟରେ ବରୀ ପୂଜ୍ୟ ପୂଜା ପରିଷଦର ଆବାହକ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ ବାଗଦା ବାମନଚନ୍ଦ୍ର ଦାସଙ୍କ ଚୌପାଢୀ ଠାରୁ ଆରମ୍ଭ କରି ସାହାସପୁ ଗୋବିନ୍ଦିପୁରର ଆମ୍ବତୋଟା ପଯ୍ୟନ୍ତ ଏକ ସ୍ମାରକୀ ପଦଯାତ୍ରା ବରୀ ପୂଜ୍ୟ ପୂଜା ପରିଷଦ ଦ୍ୱାରା ଆୟୋଜନ କରିବା ସହ ପଦଯାତ୍ରା କରିଥିଲେ l ଉକ୍ତ ପଦଯାତ୍ରା ପୂର୍ବରୁ ଚଳିତ ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲାର ଶ୍ରେଷ୍ଠ ଛାତ୍ର ଶୁଭମ ସାହୁ ଓ ବରୀ ବ୍ଲକର ଗ୍ରେଡ଼ ରଖିଥିବା ଛାତ୍ର ଛାତ୍ରୀ ବିଦୁସ୍ମିତା ସ୍ୱାଇଁ, ବିଶ୍ଵମୋହିତ ସାହୁ, ମଧୁସ୍ମିତା ସାହୁ, ଅମ୍ରିତା ମଲ୍ଲିକଙ୍କ ସହ +୨କଳାରେ ବରୀ ବ୍ଲକର ଶ୍ରେଷ୍ଠ ଛାତ୍ରୀ ଗୁଡୁଲୀ ସାହୁଙ୍କୁ ବରୀ ପୂଜ୍ୟପୂଜା ପରିଷଦ ପକ୍ଷରୁ ମାନପତ୍ର ଉତ୍ତରୀୟ ଓ ସ୍ମୁତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମାଜସେବୀ କୁଳମଣି ଶୁକ୍ଳ ଓ ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡା ଉକ୍ତ ପଦଯାତ୍ରାକୁ ଉଦଘାଟନ କରିଥିଲେ l ବରିଷ୍ଠ ଗାନ୍ଧିଆନ ପ୍ରହ୍ଲାଦ ସିଂ, କୃଷକନେତା ଶେଷଦେବ ନନ୍ଦ, ଅହିଂସାବିଚାର ଫାଉଣ୍ଡେସନ ଶ୍ରୀ ସୋମ, ବିକ୍ରମ ମହାପାତ୍ର ସୀତାକାନ୍ତ ପଣ୍ଡା, ମହେଶ୍ୱର ପଲାଇ, ପ୍ରଶାନ୍ତ ବେହୁରିଆ,ଶରତ ଜେନା, ସାବିତ୍ରୀ ଦାଶ, ପଦନ କର, ଡ଼ ନୃସିଂହ ବେହେରା, ବ୍ରହ୍ମାନନ୍ଦ କର, ସ୍ନେହଲତା ଧଳ, ଅନିରୁଦ୍ଧ ମଲ୍ଲ, ମକରଧ୍ୱଜ ସାହୁ, ସରୋଜ ଦାଶ, ଚିତ୍ତରଞ୍ଜନ କର, ବୈଷ୍ଣବ ଚରଣ ଦାସ, ଚୈତନ୍ୟ ଚରଣ ଶାନ୍ତି, ଅଜୟ ରଥ, ବିବେକାନନ୍ଦ ନାଥ ପ୍ରମୁଖ ପଦଯାତ୍ରା ରେ ଯୋଗଦେଇଥିଲେ l ବହୁ ସାମାଜିବ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ଛକ ବଜାରରେ ପଦଯାତ୍ରାକୁ ସ୍ୱାଗତ କରିଥିବା ବେଳେ ସାହାସପୁର ପଂଚାୟତର ବୁଦ୍ଧିଜୀବୀ, ସମାଜସେବୀ, କୃଷକ ପ୍ରତିନିଧି ଏବଂ ଯୁବଗୋଷ୍ଠୀ ମାନେ ପଦଯାତ୍ରାକୁ ସ୍ୱାଗତ କରିବା ସହ ଏକ ସାଧାରଣ ସଭାର ଆୟୋଜନ କରିଥିଲେ l ଉକ୍ତ ସଭାରେ ଯୁବ ସମାଜସେବୀ ସତ୍ୟରଞ୍ଜନ କରଙ୍କ ସଭାପତିତ୍ବ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଗାନ୍ଧିଆନ ପ୍ରହ୍ଲାଦ ସିଂ, ମୁଖ୍ୟ ବକ୍ତା ଭାବେ କୃଷକନେତା ଶେଷଦେବ ନନ୍ଦ, ସମ୍ମାନିତ ଅତିଥି ଭାବେ ଅହିଂସାବିଚାର ଫାଉଣ୍ଡେସନ ଶ୍ରୀ ସୋମ, ବିକ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ଆଭିମୁଖ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ l ଉକ୍ତ ସଭାରେ ଅତିଥି ମାନଙ୍କୁ ପରିଷଦ ପକ୍ଷରୁ ଖଦିବସ୍ତ୍ର ଦେଇ ସ୍ୱାଗତ କରିଥିଲା ବେଳେ ବାବୁଲି ରାଉତ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ କୈବଲ୍ୟ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ l ତୁଷାର ପ୍ରସାଦ ଅତିଥି ପରିଚୟ ଦେଇଥିବା ବେଳେ ଅମରେଶ ମିଶ୍ର ଧନ୍ୟବାଦ ଦେଥିଲେ l ଗାନ୍ଧିଜୀଙ୍କ ବିଚାରରେ ସ୍ଵାଧୀନ ଭାରତର ଏକ ନମ୍ବର ଭଲ କାମ “ନିଶା ନିବାରଣ” କାର୍ଯ୍ୟ ଟିକୁ ହାତକୁ ନେବାକୁ ମିଳିତ ଆହ୍ବାନ କରାଯାଇଥିଲା l ଉପସ୍ଥିତ ବହୁ ଚିନ୍ତାଶୀଳ ନାଗରିକମାନେ ତାଙ୍କର ସହମତି ପ୍ରକାଶ କରିଥିଲେ ଏବଂ କେବଳ ସ୍ମୃତି ଚାରଣ ନକରି ଗାନ୍ଧିଜୀ ଙ୍କ ପ୍ରବର୍ତ୍ତିତ ଅସ୍ପୃଶ୍ୟତା ମୁକ୍ତ, ନିଶା ଓ ହିଂସା ମୁକ୍ତ ସମାଜ ନିର୍ମାଣ ଦିଗରେ ବ୍ରତୀ ହେବାପାଇଁ ମିଳିତ ସଂକଳ୍ପ ଗ୍ରହଣ କରୁଥିଲେ l ଆଗାମୀ ଦିନରେ ଘୋଷିତ ସମସ୍ତ କାର୍ଯ୍ୟକ୍ରମ ରେ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ଉପସ୍ଥିତ ଜନସାଧାରଣ ପ୍ରତିଶ୍ରୁତି ଦେଇ ଥିଲେ l




