
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀର ପ୍ରମୁଖ ବଜାର ବରୀ ମାଉଣ୍ଡର ବିଶିଷ୍ଠ ବ୍ୟବସାୟୀ
ଭୋଳାନାଥ ଦାଶଙ୍କର ଆଜି ଦେହାନ୍ତ ହୋଇ ଯାଇଛି I ଭୋଳା ନନା ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ବରୀ ମାଉଣ୍ଡ ବଜାରରେ ଦୀର୍ଘ ବର୍ଷ ହେଲା ଲୁଗା ଦୋକାନ କରି ବ୍ୟବସାୟ କରୁଥିଲେ । ଜଣେ ସରଳ ଓ ମେଳାପି ବ୍ୟକ୍ତି ଭାବେ ସେ ବେଶ ଲୋକପ୍ରିୟ ଥିଲେ । ନିକଟସ୍ଥ ଜମୁଢ଼ିଅ ଠାରେ ତାଙ୍କ ବାସଗୃହ । ତାଙ୍କ ମୃତ୍ୟୁ ଖବର ପାଇ ବରୀ ମାଉଣ୍ଡ ବ୍ୟବସାୟୀ ମହଲରେ ଗଭୀର ଶୋକ ପ୍ରକାଶ ପାଇବା ସହିତ ବରୀ ଅଞ୍ଚଳରେ ମଧ୍ୟ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି ।




