Welcome to Jila khabara   Click to listen highlighted text! Welcome to Jila khabara
ରାଜନୀତି

ନୂଆପଡ଼ାରେ ମନ୍ତ୍ରୀ ରବି ନାରାୟଣ ନାଏକ: ଜିଲ୍ଲାରେ ସୃଷ୍ଟି ହୋଇଛନ୍ତି ୪୪ ହଜାର ‘ଲକ୍ଷପତି ଦିଦି’

ନୂଆପଡ଼ାରେ ମନ୍ତ୍ରୀ ରବି ନାରାୟଣ ନାଏକ: ଜିଲ୍ଲାରେ ସୃଷ୍ଟି ହୋଇଛନ୍ତି ୪୪ ହଜାର 'ଲକ୍ଷପତି ଦିଦି'

​ନୂଆପଡ଼ା (ଜିଲ୍ଲା ଖବର ଲାଇଫ ): କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟାମାନଙ୍କୁ ସମ୍ବୋଧିତ କରିଛନ୍ତି।​ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି ଯେ: ​୪୪ ହଜାର ଲକ୍ଷପତି ଦିଦି: କେବଳ ନୂଆପଡ଼ା ଜିଲ୍ଲାରେ ୪୪ ହଜାର ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ିତୋଳିବାରେ ସରକାର ସଫଳ ହୋଇଛନ୍ତି। ​ବ୍ୟାଙ୍କ ସଂଯୋଗୀକରଣ ଓ ଆର୍ଥିକ ସହାୟତା: ୩୬ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ାଯିବା ସହ ୯୨ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି। ମହିଳାମାନେ ଏବେ ଛୋଟ ବ୍ୟବସାୟରୁ ଆରମ୍ଭ କରି ‘କୋଟିପତି ଦିଦି’ ହେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ​ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଇତିହାସ ମନେ ପକାଇ ସେ କହିଥିଲେ ଯେ, ଭୈରୋ ସିଂ ଶେଖାବତଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଏହା ବେଶ୍ ଅଗ୍ରଗତି କରିଥିଲା। ମହିଳାମାନେ ଆଗକୁ ଆସିଲେ ହିଁ ଦେଶର ଉନ୍ନତି ଓ ପ୍ରଗତି ସମ୍ଭବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ​ଏହି ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ହିତେଶ କୁମାର ବଗର୍ତ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ଜିଲ୍ଲା ଖବର ଲାଇଫ 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!