Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

୪୨ ବର୍ଷର ସେବା ପରେ ଯାଦବ ଚରଣ ଜଗତଙ୍କୁ ଗରିମାମୟ ବିଦାୟ

ସିନାପାଲି ଥାନାରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ହୋମଗାର୍ଡ ଯାଦବ ଚରଣ ଜଗତଙ୍କୁ ତାଙ୍କ ଅବସର ପ୍ରାପ୍ତି ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

ନୂଆପଡ଼ା,୨୨/୦୪(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ):ନୂଆପଡା: ନୂଆପଡା ଜିଲ୍ଲାର ସିନାପାଲି ଥାନାରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ହୋମଗାର୍ଡ ଯାଦବ ଚରଣ ଜଗତଙ୍କୁ ତାଙ୍କ ଅବସର ପ୍ରାପ୍ତି ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟରେ ଏକ ବିଶେଷ ସମ୍ମାନ ସଭାର ଆୟୋଜନ କରାଯାଇଥିଲା, ବିଭିନ୍ନ ପୋଲିସ ଅଧୂକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ସମ୍ମାନ ସଭାରେ ନୂଆପଡା ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଅମୃତପାଲ ସିଂ ମୁଖ୍ୟ ଅତିଥ୍‌ ଭାବେ ଉପସ୍ଥିତ ରହି ଶ୍ରୀ ଜଗତଙ୍କୁ ଉପହାର ଓ ସମ୍ମାନ ପତ୍ର ପ୍ରଦାନ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏସପି କହିଥିଲେ ଯେ, ଯାଦବ ଚରଣ ଜଗତଙ୍କ ଦୀର୍ଘ ସେବାଜୀବନ ନିଷ୍ଠା, ସତ୍ୟତା ଓ କର୍ତ୍ତବ୍ୟପରାୟଣତାର ଏକ ଉତ୍କୃଷ୍ଟ ଉଦାହରଣା ତାଙ୍କ ଭଳି ନିର୍ଲୋଭ ଓ ଅଭିଜ୍ଞ କର୍ମଚାରୀମାନେ ପୋଲିସ ବିଭାଗର ଗୌରବକୁ ବଢ଼ାଇଥାନ୍ତି ଏବଂ ନବପିଢ଼ୀ ପାଇଁ ପ୍ରେରଣା ସୃଷ୍ଟି କରନ୍ତି।ଯାଦବ ଚରଣ ଜଗତ ୧୯୮୩ ମସିହା ଅଗଷ୍ଟ ୨୮ ତାରିଖରେ ନୂଆପଡା ଜିଲ୍ଲା ହୋମଗାର୍ଡ ବିଭାଗରେ ଯୋଗଦେଇଥିଲେ। ସେ ପ୍ରାୟ ୪୨ ବର୍ଷ ଧରି ନିରନ୍ଧର ଭାବେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ। ସେବାକାଳୀନ ସମୟରେ ସେ ବିଭିନ୍ନ ଆଇନ-ଶୃଙ୍ଖଳା ରକ୍ଷା କାର୍ଯ୍ୟ, ସାଧାରଣ ଲୋକଙ୍କ ସହାୟତା ଓ ଜରୁରୀ ପରିସ୍ଥିତିରେ ସଫଳ ଭାବରେ ଦାୟିତ୍ବ ନିଭାଇଥିଲେ। ତାଙ୍କ କାର୍ଯ୍ୟଦକ୍ଷତା, ସଂଯମୀ ଆଚରଣ ଓ ସମର୍ପଣ ଭାବନା ପାଇଁ ସେ ସହକର୍ମୀ ଓ ଅଧୂକାରୀମାନଙ୍କ ମନରେ ଏକ ବିଶେଷ ସ୍ଥାନ ଦାବି କରିପାରିଥିଲେ।ଏହି ଅବସରରେ ଅନ୍ୟାନ୍ୟ ପୋଲିସ ଅଧିକାରୀ, ହୋମଗାର୍ଡ ସଦସ୍ୟ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ଜଗତଙ୍କ ସେବାକୁ ସ୍ମରଣ କରି ତାଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ। ଅବସର ଗ୍ରହଣ ପରେ ନିଜ ଅନୁଭବ ବ୍ୟକ୍ତି କରି ଶ୍ରୀ ଜଗତ କହିଥିଲେ ଯେ, ହୋମଗାର୍ଡ ବିଭାଗରେ କାମ କରିବା ତାଙ୍କ ପାଇଁ ଗର୍ବର ବିଷୟ ଥିଲା। ସେ ସମସ୍ତ ସହକର୍ମୀ ଓ ଅଧୂକାରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ଏବଂ ଆଗାମୀ ଜୀବନ ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!