Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ

ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ

ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ

ଗୋପବନ୍ଧୁ ଥିଲେ ବରୀବାସୀଙ୍କ ଚିନ୍ତା ଓ ଚେତନାର ଦେବତା- ଅଧ୍ୟକ୍ଷ

ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଥିଲେ ବରୀବାସୀଙ୍କ ଚିନ୍ତା ଆଉ ଚେତନାର ଦେବତା । ଦେଶ ପରାଧୀନ ଥିଲା ବେଳେ ବରୀ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ବରୀକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳରେ ପରିବର୍ତ୍ତିନବକରିଥିଲେ । ତାଙ୍କ ନେତୃତ୍ୱରେ ବରୀ ତ୍ୟାଗ ଓ ବଳିଦାନର ମାଟିରେ ପରିବର୍ତ୍ତିତ ହୋଇଥିଲା । ତ୍ୟାଗ ଓ ଦେଶ ସେବାର ସେଇ ମହାନ ସନ୍ଥଙ୍କ ନାମରେ ନାମିତ ଆମ ମହାବିଦ୍ୟାଳୟ ଆଜି ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପରିଚୟ ପାଇଛି । ଆଜିର ପବିତ୍ର ଦିନରେ ତାଙ୍କ ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହିଭଳି କହି ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ।

ଆଜି ଥିଲା ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାତଃ ସ୍ମରଣୀୟ, ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ । ଆଜି ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ଦିବସ ତାଙ୍କ ନାମରେ ନାମିତ ଜିଲ୍ଲାର ଦ୍ଵିତୀୟ ପୁରାତନ ତଥା ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ବଡ଼ି ସକାଳୁ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ମିଳିତ ହୋଇ ବ୍ରାହ୍ମଣୀ ନଦୀରେ ତିଳ ତର୍ପଣ କରିଥିଲେ । ଏହା ପରେ ପୂର୍ବାହ୍ନରେ କଲେଜ ପରିସରରେ “ସ୍ନେହ ଓ ମାଟିର ମଣିଷ: ଜନ ସେବାର ଅମର ପ୍ରତୀକ” ଶୀର୍ଷକ ଗୋପବନ୍ଧୁ ସ୍ମାରକୀ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଓଡ଼ିଆ ସମାଲୋଚକ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ସନ୍ତୋଷ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଜ୍ୟୋତିର୍ବିଦ ଡ଼ଃ ପ୍ରଭଞ୍ଜନ ପତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ବୃନ୍ଦାବନ ସାମଲ ଓ ଯୁଧିଷ୍ଠିର ଜେନା ଯୋଗଦେଇ ଗୋପବନ୍ଧୁ ଚୌଧୁରୀଙ୍କ ବିଷୟରେ ନିଜ ନିଜ ମତ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ଦାସ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସରୋଜ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲା ବେଳେ ଅଧ୍ୟାପକ ଡ଼ଃ ରାକେଶ ପରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଆଲୋଚନା ପ୍ରାରମ୍ଭରୁ ଅତିଥି ମାନେ କଲେଜ ପରିସରରେ ଥିବା ସ୍ୱର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!