Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଗାଁ ଦାଣ୍ଡ, ଘର ଚଟାଣରେ ଡ୍ୟାନିଙ୍କ ସଂଗଠନ, ପରିବର୍ତ୍ତନ ପାଇଁ ବଢୁଛି ଜନ ସମର୍ଥନ

ଗାଁ ଦାଣ୍ଡ, ଘର ଚଟାଣରେ ଡ୍ୟାନିଙ୍କ ସଂଗଠନ, ପରିବର୍ତ୍ତନ ପାଇଁ ବଢୁଛି ଜନ ସମର୍ଥନ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

ଗାଁ ଦାଣ୍ଡ, ଘର ଚଟାଣରେ ଡ୍ୟାନିଙ୍କ ସଂଗଠନ, ପରିବର୍ତ୍ତନ ପାଇଁ ବଢୁଛି ଜନ ସମର୍ଥନ ପରିବର୍ତ୍ତନ ଓ ଜେନ-ଜି ଭଳି ଦୁଇଟି ଡାକରା ଦେଇ କେବଳ ନିଜ ନିର୍ବାଚନ ମଣ୍ଡଳୀ ସୁକିନ୍ଦା କି ଯାଜପୁର ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି) । ରାଜ୍ୟରେ ପ୍ରଥମ ନେତା ଭାବେ ଜେନ-ଜି ର ଡାକରା ଦେଇ ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ଏବେ ବିଜେପି ହେଉ କି କଂଗ୍ରେସ ସମସ୍ତଙ୍କ ମୁହଁରେ ଜେନ-ଜି । ବିଭିନ୍ନ ସମୟରେ ଜେନ-ଜି ମାନଙ୍କ ଅଧିକାରକୁ ନେଇ ବକ୍ତବ୍ୟ ମାନ ଦେଇ ଯୁବକ ମାନଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ବଢ଼ାଇ ଚାଲିଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲାର ବିଜେଡି କର୍ମୀ ମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେଇ କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି । ଅପରପକ୍ଷେ ତାଙ୍କ ପରିବର୍ତ୍ତନ ଡାକରା ବିଜେପି ସରକାରର ମୁଣ୍ଡ ବିନ୍ଧାର କାରଣ ହୋଇଛି । “ପରିବର୍ତ୍ତନ କରି ପାଇଲ କଣ ? ରକ୍ତ ଆଉ ମା ଲୁହରେ ଭିଜୁଛି ଓଡ଼ିଶା ମାଟି” ଡାକରା ଏବେ ରାଜ୍ୟବାସୀଙ୍କ ମନକୁ ଛୁଇଁଛି । ଏହି ଡାକରା ଏବେ ସୁକିନ୍ଦା ରାଜନୀତିକୁ ବେଶ ପ୍ରଭାବିତ କରିଥିଲା ବେଳେ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ତାଙ୍କ ଟିମର ନିଦ ହଜାଇ ଦେଇଛି । ନିଜ ପରିବର୍ତ୍ତନ ରାଜନୀତି ଡାକରା ରେ ନିଜକୁ ବେଶ ପରିବର୍ତ୍ତନ କରିଛନ୍ତି ଡ୍ୟାନି । ନିର୍ବାଚନରେ ପରାଜୟ ପରେ ରାଜନେତା ଲୋକଙ୍କ ଠାରୁ ମୁହଁ ମୋଡି ଦେଉଥିଲା ବେଳେ ଡ୍ୟାନି କିନ୍ତୁ ଲୋକଙ୍କ ସହିତ ଅଧିକ ଯୋଡି ହୋଇଛନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ସାଧାରଣ ଲୋକଙ୍କ ସହିତ ସୁଖ ଦୁଃଖରେ ସାମିଲ ବି ସାମିଲ ହେଉଛନ୍ତି । ଖରା ତାତି ସାଧାରଣ ଲୋକଙ୍କୁ କଲବଲ କରୁଥିଲା ବେଳେ ତାତିକୁ ଖାତିର ନକରି ନିଜ ଅଞ୍ଚଳରେ ଡେରା ପକାଇଛନ୍ତି । ଗାଁ ଦାଣ୍ଡରୁ ନେଇ ଘର ଚଟାଣରେ ପାଲ ଉପରେ ବସି ସଙ୍ଗଠନ ସଜାଡୁଛନ୍ତି । ଡ୍ୟାନିଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ତାଙ୍କ ସହିତ ଅଧିକରୁ ଅଧିକ ଲୋକ ଯୋଡି ହେଉଛନ୍ତି ।ଯେଉଁ ମାନେ ବିଗତ ଦିନରେ ତାଙ୍କ ସହିତ କିମ୍ବା ତାଙ୍କ ପିତା ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସହିତ ରହି କ୍ଷମତାର ଉପଭୋଗ କରି ପ୍ରତିପତ୍ତିଶାଳୀ ସାଜିଥିଲେ ଓ ପ୍ରକାରନ୍ତରେ ଦଳ, ସାଧାରଣ ଲୋକଙ୍କ କ୍ଷତି ପହଞ୍ଚାଇଥିଲେ ସେମାନଙ୍କ ଠାରୁ ଦୀର୍ଘ ଦୂରତା ରକ୍ଷା କରିଛନ୍ତି । କେବଳ ସେତିକି ନୁହେଁ ସାଧରଣରୁ ଅତି ସାଧାରଣ ଲୋକମାନଙ୍କ ସହିତ ଅଧିକ ସମ୍ପର୍କ ଯୋଡି ସମସ୍ତଙ୍କ ବିଶ୍ୱାସ ଜିତି ଚାଲିଛନ୍ତି ଡ୍ୟାନି । ଯୁବକ ମାନଙ୍କୁ ଗୁରୁତ୍ୱ ଦେଇ ଜେନ-ଜି ର ଡାକରା ଦେଉଥିଲେ ମଧ୍ୟ ମୁରବି ମାନଙ୍କ ନିକଟରେ ପ୍ରଚୁର ଅନୁଭବ ଓ ଅଭିଜ୍ଞତା ଅଛି । ସେମାନେ ଆମ ପଥ ପ୍ରଦର୍ଶକ ବୋଲି ମଧ୍ୟ ମୁକ୍ତ କଣ୍ଠରେ କହିଛନ୍ତି ଡ୍ୟାନି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!