Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

222

ବୋଡ଼େନ ଥାନାରେ ଯୁଭେଣ୍ଟିକା କାର୍ଯ୍ୟକ୍ରମ

ନୂଆପଡା ,୯/୫ (ଜିଲ୍ଲା ଖବର ଲାଇଫ ) (ଓ଼ମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପରିସରରେ ଆଇ ଆଇ ସି ଧର୍ମେନ୍ଦ୍ର କୁମାର ଭୂଏଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଏସ ଆଇ ମଞ୍ଜୁଲତା ଖଡେଙ୍ଗା ପରିଚାଳନାରେ ଯୁଭେଣ୍ଡିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି କମ୍ ବୟସର ପୁଅ ଝିଅ ବର୍ତ୍ତମାନର ସୋସିଆଲ ମିଡ଼ି ଆକୁ ଭୁଲ ବାଟରେ ବ୍ୟବହାର ନ କରିବା,ଅଜଣା ସହିତ ସମ୍ପର୍କ ନ ଯୋଡ଼ିବା, ଇନ୍‌ଷ୍ଟାଗ୍ରାମ, ଫେସ୍ ବ୍ଲକ୍,ବିଭିନ୍ନ ଗେମ୍ ମାଧ୍ଯମରେ ନିଜ ର ସମୟ ନଷ୍ଟ ନ କରି ଉଚିତ୍ ବିଷୟକୁ ଗ୍ରହଣ କରିବା, ଘଟି ଯାଉଥ୍ ବା ପ୍ରତ୍ୟେକ କଥାକୁ ପିତା ମାତାଙ୍କ ଆଗରେ ଉପସ୍ଥାପନ କରିବା,ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଜଣାଇବା,କୌଣସି ଅପରାଧ ଜନିତ ସମସ୍ୟା ଥିଲେ ପିତା ମାତା ଓ ପୋଲିସର ସହାୟତା ନେବା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।ଆଇ ଆଇ ସି ଧର୍ମେନ୍ଦ୍ର ଭୁଏ,ଏସ ଆଇ ମଞ୍ଜୁଲତା ଖଡେଙ୍ଗା, ସି ดิฉิ ଡି ଓ ଅର୍ଚ୍ଚନା ରାଉତ ଆଜିକାର କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପୁଅଝିଅ ମାନଙ୍କୁ ନିସ୍ତୃତ ଭାବରେ ବୁଝାଇଥିଲେ ତଥା ସେମାନଙ୍କ ପାଖରୁ ମତାମତ ନେବା ସହିତ ବିଭିନ୍ନ ସମସ୍ୟା ଗୁଡ଼ିକ ପଚାରି ବୁଝିଥିଲେ ।ପୋଲିସକୁ ଭୟ ନକରି ବନ୍ଧୁ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।ସମସ୍ତ ଏସ ଆଇ, ଏ ଏସ ଆଇ,ହାବିଲଦାର ଓ ଅନ୍ୟ ପୋଲିସ ଷ୍ଟାଫ,ଆଇ ସି ଡି ଏସରୁ ମହିଳା ପରି ଦର୍ଶିକା, ଅଙ୍ଗନଓ୍ବାଡ଼ି କର୍ମୀ, ୧୯ ବର୍ଷରୁ କମ ବୟସର ଅନେକ ପୁଅ ଝିଅ, ଗଣମାଧ୍ୟମ ପ୍ରତିନିଧ୍ ପ୍ରମୁଖ ଯୋଗଦାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!