ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନା ଦ୍ବାରା 389 ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ।
ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନା ଦ୍ବାରା 389 ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ।

ସୁବର୍ଣ୍ଣପୁର ଓଡିଶା ପୋଲିସ ଦ୍ବାରା ଗଠିତ ବରିଷ୍ଠ ନାଗରିକ ସୁରକ୍ଷା ବିଭାଗ ବରିଷ୍ଠ ନାଗରିକ ଙ୍କ ସୁରକ୍ଷା, ସହାୟତା ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ସମସ୍ତ ୦୨ ଟି ଥାନାରେ ଏହି ବିଭାଗ କାର୍ଯ୍ୟକ୍ଷମ ଅଛି । ଏହି ବିଭାଗ ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କ ସହ ସମ୍ପର୍କ ସ୍ଥାପନ, ନିୟମିତ ଭାବେ ଖୋଜ ଖବର ନେବା,ଆପତକାଲିନ ସହାୟତା ପ୍ରଦାନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ 389 ଜଣ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଥାନା ଦ୍ବାରା ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ବିଭାଗ ମାଧ୍ଯମରେ ବହୁ ବରିଷ୍ଠ ବ୍ୟକ୍ତି ବିଭିନ୍ନ ପୋଲିସ ଥାନା ଦ୍ବାରା ସାହାର୍ଯ୍ୟ ପାଉଛନ୍ତି ।ଳରେ ଗତ 03 ମାସ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ମୋଟ 263 ଜଣ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଁ ଆବେଦନ କରିଥିଲେ । ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ୦୨ ଟି ଥାନା ଅଞ୍ଚଳରେ ମୋଟ 163 ଟି ପରିଚୟ ପତ୍ର ବରିଷ୍ଠ ନାଗରିକ ଙ୍କୁ ବଣ୍ଟନ କରାଯାଇଛି । ଅବଶିଷ୍ଟ ଆବେଦନ ପତ୍ରକୁ ଉପଯୁକ୍ତ ଯାଞ୍ଚ ପରେ ଦ୍ବିତୀୟ ପର୍ଯ୍ୟାୟ ରେ ପ୍ରଦାନ କରାଯିବ ।ଏହି ପଦକ୍ଷେପ ଦ୍ବାରା ପୋଲିସ, ବରିଷ୍ଠ ନାଗରିକ ଙ୍କ ନିକଟତର ହେବାରେ ସହାୟକ ହେବ ।ସୁବର୍ଣ୍ଣପୁର ପୋଲିସ ତରଫରୁ ଏକ ସୂଚନା ପତ୍ର ମଧାମରେ ବରିଷ୍ଠ ନାଗରିକ ମାନେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ସମସ୍ତଙ୍କୁ ଅବଗତ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକଙ୍କୁ ନିବେଦନ କରାଯାଉଛି ଯେଉଁ ମାନେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇବା ପାଇଁ ଇଛୁକ ସେମାନେ ନିଜ ଅଞ୍ଚଳର ପୋଲିସ ଥାନାରେ ଆବେଦନ କରିପାରିବେ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆରକ୍ଷୀ ଅଧୂକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି ।




