କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ସମ୍ବନ୍ଧରେ ଆଇନ ସଚେତନତା ଶିବିର
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି

Lନୂଆପଡା ତା:୬.୦୨. (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ସ୍ଥିତ ସଦଭାବନା ସଭାଗୃହ ରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଅତିରିକ୍ତ କାର୍ଯ୍ୟିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କ୍ଷମାନିଧି ବାଗ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଅଧିକର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩, ମହିଳା ମାନଙ୍କ ଆଇନଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡ଼ାକଡ଼ି ପାଳନ ପାଇଁ ଆହ୍ବାନ କରିବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଅସହାୟ ମାନଙ୍କ ପାଇଁ କରାଯାଉଥିବା କାର୍ଯ୍ୟକଳାପ ଓ ମାଗଣା ଆଇନ ସେବା ତଥା ରାଷ୍ଟ୍ର ନିର୍ମାଣ ରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
![]()



