ଓଡିଶା
ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ୧୦ମ ବାର୍ଷିକ ଉତ୍ସବ ଅବସରରେ ବର୍ତ୍ତନ୍ ବ୍ୟାଙ୍କ ବ୍ୟବହାର କରି ଜିଲ୍ଲାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହୋଇଥିଲେ
ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ୧୦ମ ବାର୍ଷିକ ଉତ୍ସବ

- ନୂଆପଡା ତା:୨୧.୦୨.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ୧୦ମ ବାର୍ଷିକ ଉତ୍ସବ ଅବସରରେ ବର୍ତ୍ତନ୍ ବ୍ୟାଙ୍କ ବ୍ୟବହାର କରି ଜିଲ୍ଲାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହୋଇଥିଲେ। କଲେଜ୍ ର ୧୦ମ ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହାତକୁ ନେଇଥିଲେ। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହୋଇଥିବା ବର୍ତ୍ତନ ବ୍ୟାଙ୍କ ରେ ଷ୍ଟିଲ ଟ୍ରେ ସହଯୋଗ କରି ଭୋଜି ଖାଇବା ପରେ ସମସ୍ତ ଟ୍ରେ କୁ ଖଡିଆଳ ଏନ୍ ଏ ସି କୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ। ଆବଶ୍ୟକ ଥିବା ଲୋକଙ୍କ ସାମାଜିକ, ମାଙ୍ଗଳିକ ଏବଂ ଭୋଜି ଭାତ କରିବା ସମୟରେ ଏହି ବାର୍ତ୍ତନ୍ ବ୍ୟାଙ୍କ୍ ସହଯୋଗ ନେଇ ନିଜ ଅଞ୍ଚଳ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ହେବ। ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ମହେଶ୍ଵତା ପଣ୍ଡା, ପୁଷ୍ପାଞ୍ଜଳୀ ପ୍ରଧାନୀ, ପଙ୍କଜିନି ବିଶି, ସସ୍ମିତା ବିଶି, ଦୁର୍ଯ୍ୟୋଧନ ଭୋଇ, ଘନଶ୍ୟାମ ସଗରିଆ, ଲକ୍ଷ୍ମୀ ନାରାୟଣ ପଣ୍ଡା, ନୀଳାମ୍ବର ଶବର ପ୍ରମୁଖ ଯୋଗ ଦେଇଥିଲେ।କଲେଜ୍ ଛାତ୍ରୀମାନେ ଯୋଗ ଦେଇ ବର୍ତ୍ତନ ବ୍ୟାଙ୍କ୍ ପ୍ରାଚୀନ ପରମ୍ପରା ଅଟେ। ଏହାକୁ ଗ୍ରହଣ କଲେ ପରିବେଶ ସନ୍ତୁଳନ ହେବା ସହ ଜମି ର ଉର୍ବର ବଜାୟ ରହିବ ବୋଲି ସଂକଳ୍ପ ନେଇଥିଲେ।




