Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ

ଆହୁରି ୧୫ ଜଣ ମାଓବାଦୀ ରହିଥିବା ବେଳେ ଆସନ୍ତା ୩୧ ସୁଦ୍ଧା ସେମାନେ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଖୁରାନିଆ ଅପିଲ କରିଛନ୍ତି

କଳାହାଣ୍ଡି ତା:୧୫.୦୩. ଜିଲ୍ଲା ଖବର କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ମାଓବାଦୀ ଥିବା ବେଳେ ଜଣେ ଆନ୍ଦ୍ର ଏବଂ ଅନ୍ୟ ସମସ୍ତେ ପଡୋଶୀ ଛତିଶଗଡ଼ ରାଜ୍ୟ ର ବୋଲି ଜଣାପଡିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ୍‌.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣର ଡେଡ୍‌ ଲାଇନ ଥିବା ବେଳେ ଗତ ୬ ତାରିଖ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଆସି ଫେରି ଯାଇଛନ୍ତି। ପୋଲିସ ମାଓବାଦୀ ଅପରେଶନକୁ ଆହୁରି ଜୋରଦାର କରିଥିଲା। ଫଳରେ ବିଜିଏନ ଡିଭିଜନରେ ରହିଥିବା ସମସ୍ତ ୧୧ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ରାଜ୍ୟରେ ଆହୁରି ୧୫ ଜଣ ମାଓବାଦୀ ରହିଥିବା ବେଳେ ଆସନ୍ତା ୩୧ ସୁଦ୍ଧା ସେମାନେ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଖୁରାନିଆ ଅପିଲ କରିଛନ୍ତି। ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଏହି ସମାରୋହରେ ଏଡିଜେ ଏଏନଓ ସଞ୍ଜୀବ ପଣ୍ଡା, ଆଇଜି ଦୀପକ କୁମାର, ଆଇଜି ସିଆର୍‌ ପିଏଫ୍‌ ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଅଖିଲେନ୍ଦ୍ର ସିଂହ, କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!